www.samajalive.in
Friday, December 12, 2025
26.1 C
Bhubaneswar

୪୪ ବର୍ଷ ପରେ ଦେଖାଗଲା ଚଢ଼େଇ ‘ଫିନ୍ ବିବର୍’

ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ କିଛି ବର୍ଷ ତଳେ ‘ଫିନ୍ ବିବର୍’ ଚଢ଼େଇ ବହୁଳ ସଂଖ୍ୟାରେ ଦେଖାଯାଉଥିଲେ। ଲୋକେ ଏହି ଚଢ଼େଇର ଶିକାର କରିବା ସହ ବିଦେଶ ରପ୍ତାନୀ କରିବାରୁ ସମୟକ୍ରମେ ଏଇ ପ୍ରଜାତିର ଚଢ଼େଇଙ୍କ ସଂଖ୍ୟା ହ୍ରାସ ପାଇଲା। ବିଶେଷଜ୍ଞଙ୍କ ମତରେ ଭାରତର ଉତ୍ତରାଖଣ୍ଡର ଜଙ୍ଗଲ ସହ ପାଖଆଖ ଅଞ୍ଚଳରେ ଫିନ୍ ବିବର୍‌ ବସା ବାନ୍ଧି ରହୁଥିଲେ। ୧୯୭୬ ପରଠାରୁ ଏଇ ଚଢ଼େଇଙ୍କ ଦର୍ଶନ ମିଳିନଥିଲା। ୪୪ ବର୍ଷ ପରେ ଗତ କିଛିଦିନ ହେବ, ଉତ୍ତରାଖଣ୍ଡ ଅଞ୍ଚଳରେ ଫିନ୍‌ ବିବର୍‌ ଚଢ଼େଇଙ୍କ ରାବ ଶୁଣାଯାଉଛି। ବର୍ତ୍ତମାନ ଆମ ମନୁଷ୍ୟଙ୍କ ଲକ୍-ଡାଉନ୍ ଚାଲିଥିବାବେଳେ ପଶୁପକ୍ଷୀମାନେ ନିର୍ଭୀକତାର ସହ ବିଚରଣ କରୁଛନ୍ତି। କିଛି ମାସ ତଳେ ହୋଇଥିବା ଅନୁଧ୍ୟାନ ଅନୁସାରେ, ବର୍ତ୍ତମାନ ସମୟରେ ସମଗ୍ର ପୃଥିବୀରେ ଫିନ୍ ବିବର୍‌ ଚଢ଼େଇଙ୍କ ସଂଖ୍ୟା ଅତିବେଶୀରେ ୧ହଜାର ହେବ। ଏମାନଙ୍କ ବଂଶବୃଦ୍ଧି ନିମନ୍ତେ ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏଇ ଚଢେଇ ସମ୍ପୂର୍ଣ୍ଣ ହଳଦୀ ରଙ୍ଗର ହୋଇଥିବାବେଳେ ଫିନ୍ ବିବର୍‌ଙ୍କ ବସା ବାନ୍ଧିବା ଶୈଳୀ ହିଁ ସବୁଠୁ ଆକର୍ଷଣୀୟ। ଅାନ୍ତଃରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ ଏହି ଚଢ଼େଇକୁ ଦୁର୍ଲଭ ଚଢ଼େଇ ତାଲିକାରେ ସାମିଲ କରିଛି। ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଲୋକେ ସଚେତନ ହେବା ଜରୁରୀ। ସେମାନଙ୍କ ଅତ୍ୟାଧୁନିକ ଜୀବନଶୈଳୀ ପାଇଁ କେତେ ପ୍ରଜାତିର ପଶୁପକ୍ଷୀ ଲୋପ ପାଇଯାଇଥିବାବେଳେ ଅନ୍ୟ କେତେକ ପ୍ରଜାତି ଲୋପ ପାଇବାର ଦ୍ବାରଦେଶରେ ଅଛନ୍ତି। n

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories