www.samajalive.in
Saturday, December 13, 2025
26.1 C
Bhubaneswar

ଇଉରୋପୀୟ ରାଷ୍ଟ୍ରରେ ସ୍ମାର୍ଟ ଲକ୍-ଡାଉନ୍

କରୋନା ଭାଇରସ୍ ସହ ଲଢ଼ିବା ନିମନ୍ତେ ଲକ୍-ଡାଉନ୍ ଏକ ସର୍ବୋତ୍କୃଷ୍ଟ ଉପାୟ। ହେଲେ ଏହା କାରଣରୁ ଜୀବନ ବଞ୍ଚିବାବେଳେ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହେଉଛି। ଏସବୁକୁ ଦୃଷ୍ଟିରେ ରଖି ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟ ଲକ୍-ଡାଉନ୍‌ କୋହଳ କଲେ। ଏହା ପରେ କିନ୍ତୁ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉଭୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଇଉରୋପୀୟ ରାଷ୍ଟ୍ରମାନେ ନେଇଥିବା ସ୍ମାର୍ଟ ଲକ୍-ଡାଉନ୍ ପଦ୍ଧତିକୁ ବିଶ୍ବସ୍ତରରେ ପ୍ରଶଂସିତ କରାଯାଇଛି। l ଜର୍ମାନୀ, ପର୍ତ୍ତୁଗାଲ୍ ଓ ଇଟାଲୀର କେତୋଟି ଅଞ୍ଚଳ ଏଇ ନୂତନ ଲକ୍-ଡାଉନ୍ ନିୟମ ଅନୁସାରେ ପରିଚାଳିତ। କାର୍ଯ୍ୟାଳୟଗୁଡ଼ିକ ୧୦ଦିନ ଲକ୍-ଡାଉନ୍ ରହିବା ପରେ ପରବର୍ତ୍ତୀ ୪ଦିନ କର୍ମଚାରୀ କାର୍ଯ୍ୟାଳୟ ଆସୁଛନ୍ତି। ବିଶେଷଜ୍ଞଙ୍କ ମତରେ ଏଇ ଉପାୟରେ କରୋନା ସଂକ୍ରମଣକୁ କିଛି ମାତ୍ରରେ ରୋକିହେବ। ପ୍ରତିଥର କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ କରାଯିବ। l ଇଟାଲୀକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି। ଚଳିତଥର ବିଦେଶୀ ପର୍ଯ୍ୟଟକଙ୍କୁ କରୋନା କାରଣରୁ ଆସିବା ପାଇଁ ମନା ଥିବାବେଳେ କରୋନାମୁକ୍ତ ସ୍ଥାନରେ ଲୋକଙ୍କ ଜୀବନଶୈଳୀ ସ୍ବାଭାବିକ ରହିଛି। ଅନ୍ୟ ସମସ୍ତ ପ୍ରାନ୍ତରେ ସବୁ ପ୍ରକାର କଟକଣା ଥିବାର ପ୍ରକାଶ। l ପର୍ତ୍ତୁଗାଲର ଲିସବନ୍‌ରେ ସଂକ୍ରମଣ ହାର ବଢ଼ିଚାଲିଥିବାବେଳେ ସେଠାରେ ଦୋକାନ ବଜାର ସନ୍ଧ୍ୟା ପୂର୍ବରୁ ବନ୍ଦ ହୋଇଯାଉଛି। କାରଣ ଦୋକାନକୁ କିଣାକିଣି କରିବା ବାହାନାରେ ଆସି ଲୋକେ ଅଯଥା ଭିଡ଼ ଜମାଉଛନ୍ତି। ୧ମାସରୁ ଅଧିକ ସମୟ ହେଲାଣି, ସେଠାରେ ଏଇ ନିୟମ କାର୍ଯ୍ୟକାରୀ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories