www.samajalive.in
Wednesday, December 10, 2025
26.1 C
Bhubaneswar

ଠିକା ଚାକିରୀ ବ୍ୟବସ୍ଥା ଉଠୁ : ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରୀ ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତକାଲି କର୍ମଚାରୀମାନେ ଟୁଇଟର ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ସେମାନେ ନିଜ ନିଜ ଅଫିସ ସାମ୍ନାରେ ପ୍ଲାକାର୍ଡ ଧରି ନିରବ ପ୍ରତିବାଦ ଜଣାଇଛନ୍ତି।

ବିଶ୍ୱ ମହାମାରୀ କରୋନାକୁ ଓଡ଼ିଶାରେ ସଫଳ ଭାବେ ନିୟନ୍ତ୍ରଣ କରିବାରେ ମୁଖ୍ୟ ବିନ୍ଧାଣି ସାଜିଥିବା ହଜାର ହଜାର ଉଚ୍ଚଶିକ୍ଷିତ ଯୁବ କର୍ମଚାରୀ (ପୋଲିସ୍, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ) ମାନେ ମହାମାରୀରେ ନିଜ ଜୀବନକୁ ବାଜି ଲଗେଇ ଦିନରାତି ପରିଶ୍ରମ କରି ଆଜି ବିଶ୍ୱ ସ୍ତରରେ ଓଡିଶାକୁ ପ୍ରଶଂସିତ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ମେଡିକାଲ ଆସୋସିଏସନ ରାଜ୍ୟର କର୍ମଚାରୀମାନଙ୍କୁ ଉଚ୍ଚ ପ୍ରସଂଶା କରିଛନ୍ତି । ରାଜ୍ୟର ବହୁ ସାମାଜିକ ଅନୁଷ୍ଠାନ ମଧ୍ୟ୍ୟ କୋରନା ଯୋଧ୍ୟା ମାନଙ୍କୁ ସମ୍ମାନିତ କରୁଛନ୍ତି । ହେଲେ ରାଜ୍ୟ ସରକାର ନା ରାଜ୍ୟବାସୀ କୋରନା ଯୋଦ୍ଧାଙ୍କ ପେଟ କଥା ବୁଝିପାରୁଛନ୍ତି। ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମନେ ନା ଗୁଜୁରାଟକୁ ଦାଦନ ଖଟିବାକୁ ଯାଇପାରୁଛନ୍ତି ନା ଓଡ଼ିଶାରେ ରହି ନିଜ ପେଟ ପୋଷି ପାରୁଛନ୍ତି । ଓଡିଶାକୁ ଭଲପାଇ ମହାମାରୀ ରେ ଲୋକଙ୍କ ନିରବଚ୍ଛିନ୍ନ ସେବା କରି ଚାଲିଛନ୍ତି । କାମ ବନ୍ଦ ନକରି ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ଓଡିଶା ସରକାରଙ୍କୁ ନିଜର ହକ୍ ମାଗୁଛନ୍ତି ।

- Advertisement -

ଆନ୍ଦୋଳନକୁ ବହୁ ସଂଗଠନର ସମର୍ଥନ ମିଳୁଛି । ଯୁବ ସାମ୍ବାଦିକ କିଶନ ବାରାଇ ରାଜ୍ୟ ଡିଜିଟାଲ ଆନ୍ଦୋଳନକୁ ସମର୍ଥନ କରି ଫେସବୁକ ଲାଇଭ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତୁରନ୍ତ ସରକାର କୋରନା ଯୋଦ୍ଧା ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ଅମାନବୀୟ ନିଷ୍ପତ୍ତି ସରକାର ପ୍ରତିହାର କରି ସପ୍ତମ ବେତନ ଅନୁଯାୟୀ ଦରମା ପ୍ରଦାନ ସହ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ମହାସଂଘ ସରକାରଙ୍କ ପାଖରେ ଦାବି କରୁଛି। ତୁରନ୍ତ ଚୁକ୍ତିଭିତ୍ତିକ ଚାକିରୀ ଓ ଆଉଟସୋର୍ସିଙ୍ଗ ବନ୍ଦ କରିବା ପାଇଁ ଦାବି ଜୋରଦାର ହୋଇଛି। ସରକାର ସେମାନଙ୍କ କଥା ନ ବୁଝିଲେ ବାଧ୍ୟ ହୋଇ କର୍ମଚାରୀ ମାନେ କର ଅବା ମର ନୀତି ଅପଣେଇବ ବୋଲି ସଂଘ ସଭାପତି ବିଜୟ ମଲ୍ଲ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories