www.samajalive.in
Saturday, December 13, 2025
21.1 C
Bhubaneswar

ସାରା ଦେଶକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମି

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସାରା ଦେଶକୁ ଛୁଇଁଛି। ସାଧାରଣତଃ ଜୁଲାଇ ୮ ତାରିଖ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳରେ ମୌସୁମିବାୟୁ ପ୍ରବେଶ କରିଥାଏ ; କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୧୨ ଦିନ ଆଗରୁ ମୌସୁମି ବାୟୁ ଦେଶର ସମଗ୍ର ଅଞ୍ଚଳରେ ଅନୁଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

୨୦୧୩ ମସିହାରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଜୁନ୍‍ ମାସ ୧୬ ତାରିଖରେ ସମଗ୍ର ଦେଶରେ ଅନୁଭୂତ ହୋଇଥିଲା। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ମୌସୁମି ବାୟୁ ଶୀଘ୍ର ଦେଶର ଅବଶିଷ୍ଟ ଅଞ୍ଚଳରେ ଅନୁଭୂତ
ହେବାପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ତା’ଛଡ଼ା ମଧ୍ୟ-ଭାରତରେ ଏକ ଘୂର୍ଣ୍ଣିବାତ୍ୟା ମୌସୁମି ବାୟୁ ଶୀଘ୍ର ଦେଶର ଅନ୍ୟାନ୍ୟ ଭାଗକୁ ପହଞ୍ଚିବାରେ ସାହାଯ୍ୟ କରିଥିଲା। ପାଣିପାଗ ବିଭାଗ କହିଛି, ରାଜସ୍ଥାନ, ହରିୟାଣା ଓ ପଞ୍ଜାବର ଅବଶିଷ୍ଟ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିସାରିଛି। ମୌସୁମି  ଗତ ୨୪ ଘଣ୍ଟା ଭିତରେ ପଶ୍ଚିମ ରାଜସ୍ଥାନ ଓ ଏହାସହ ଲାଗିଥିବା ପଞ୍ଜାବ ଓ ହରିୟାଣାର ଅବଶିଷ୍ଟ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories