www.samajalive.in
Saturday, December 13, 2025
17.1 C
Bhubaneswar

ପୁଣି କରୋନା କରିବ ତାଲାବନ୍ଦୀ !

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ଏବେ କିଲିବିଲି କରିବା ପରିସ୍ଥିତି ସୃଷ୍ଟି କଲାଣି। ମାର୍ଚ୍ଚ ୧୬ରେ ଓଡ଼ିଶାରେ ପାଦ ଥାପିଥିବା କରୋନା ଭୂତାଣୁ ଧୀରେ ଧୀରେ ୩୦ଟି ଜିଲାକୁ ଗ୍ରାସିବା ପରେ ଏବେ ଦ୍ରୁତବେଗରେ ସଂଖ୍ୟା ବଢ଼ାଇବାରେ ଲାଗିଛି। ସେପଟେ ଦିଲ୍ଲୀ ଏବଂ ମହରାଷ୍ଟ୍ର ଯୋଗୁଁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଥିବାବେଳେ ଓଡ଼ିଶାରେ ମଧ୍ୟ ସ୍ଥିତି ସଂକଟଜନକ ଅବସ୍ଥାରେ। ପରିସ୍ଥିତି ଏପରି ହେଲାଣି ଯେ ପୁଣି ଥରେ କରୋନା ସାରା ରାଜ୍ୟକୁ ତାଲାବନ୍ଦୀ ଅବସ୍ଥାକୁ ଆଣିପାରେ। ଏସବୁ ପାଇଁ କେବଳ କରୋନାକୁ ହେୟଜ୍ଞାନ କରି କଟକଣା ମାନୁ ନ ଥିବା ଲୋକମାନେ ହିଁ ଦାୟୀ। କିଛି ଲୋକଙ୍କ ପାଇଁ ପୁଣିଥରେ ସମସ୍ତଙ୍କୁ କଷ୍ଟ ଭୋଗିବାକୁ ପଡ଼ିପାରେ। ସେଥିପାଇଁ ସରକାର ମଧ୍ୟ କିଛି କଠୋର ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣାଯାଇଛି।

ସରକାରଙ୍କ ସୂଚନା ଅନୁଯାୟୀ, ଗତ ୨୫ ଦିନ ମଧ୍ୟରେ ୩୮୫୮ ସଂକ୍ରମିତ ହୋଇଥିବାବେଳେ ୧୫ଜଣଙ୍କ ମୃତ୍ୟୁ ହେଲାଣି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିବା ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ ନୂଆ କରୋନା ଆକ୍ରାନ୍ତଙ୍କୁ ନେଇ ସଂଖ୍ୟା ୫୯୬୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ବାହାରିଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ୧୮ଟି ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ଦ୍ବିତୀୟ ସର୍ବାଧିକ ୪୭ ଜଣ ରହିଛନ୍ତି। ଗତକାଲିର ସଂକ୍ରମିତଙ୍କୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୫ ଛୁଇଁଛି। ଜିଲାରେ ଏପର୍ଯ୍ୟନ୍ତ ୪୫୫ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବାବେଳେ ୨୭୪ଜଣ ସକ୍ରିୟ ଓ ୬ଜଣଙ୍କ ମୃତ୍ୟୁ ହୋଇଛି। ସେଥିରୁ ୪ଜଣ କରୋନାରେ ମୃତ୍ୟୁ ହୋଇଥିବାବେଳେ ୨ଜଣ କରୋନା ସହ ଅନ୍ୟାନ୍ୟ ରୋଗ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।

- Advertisement -

ଏହାବାଦ୍ ଗତକାଲି ଗଜପତିରୁ ୨୯ଜଣ ଆକ୍ରାନ୍ତ ବାହାରିଥିବାବେଳେ ବଲାଙ୍ଗୀରରୁ ୧୧, ଯାଜପୁର ଓ ପୁରୀରୁ ୮ଜଣ ଲେଖାଏଁ, ମୟୂରଭଞ୍ଜ ଓ ଢେଙ୍କାନାଳରୁ ୭ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬, କେନ୍ଦୁଝର ଓ କଟକରୁ ୫ଜଣ ଲେଖାଏଁ, ନୟାଗଡ଼ ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ, ନବରଙ୍ଗପୁର ଓ ବାଲେଶ୍ବରରୁ ୨ଜଣ ଲେଖାଏଁ, ଦେବଗଡ଼, ଅନୁଗୋଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳକୁ ଉଦ୍ଧାର କାର୍ଯ୍ୟରେ ଯାଇ ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ୬ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ଗତକାଲି ୧୭ଟି ଜିଲାରୁ ୧୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୯ ଜଣ ଆରୋଗ୍ୟ ହୋଇଥିବାବେଳେ ଖୋର୍ଦ୍ଧା ଓ ଗଜପତିରୁ ୨୩ ଜଣ ଲେଖାଏଁ, ପୁରୀରୁ ୧୯, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୭, ଭଦ୍ରକ ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ମାଲକାନାଗିରି, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତ୍‌ସିଂହପୁର, ସୋନପୁରରୁ ୪ ଜଣ ଲେଖାଏଁ, ଅନୁଗୋଳରୁ ୩, ଢେଙ୍କାନାଳରୁ ୨ ଓ ଝାରସୁଗୁଡ଼ାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୯୫୫ଜଣ ମହିଳା ଆକ୍ରାନ୍ତ ହୋଇଥିବାବେଳେ ୪୭୯୭ଜଣ ପୁରୁଷ ବର୍ଗ ରହିଛନ୍ତି। ଯେଉଁଥିରେ କି ଯୁବବର୍ଗର ପ୍ରାୟ ସର୍ବାଧିକ ୪୧୩୬ଜଣ ରହିଛନ୍ତି। ତେବେ ବୌଦ୍ଧ, ଦେବଗଡ଼ ଓ ନୂଆପଡ଼ାରେ ସ୍ଥିତି ସୁଧୁରୁଛି। ଏହି ତିନି ଜିଲାରେ ଏବେ ମାତ୍ର ୨ଜଣ ଲେଖାଏଁ ସଂକ୍ରମିତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories