www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ନିୟମ ଖିଲାପ ଅଭିଯୋଗ: ଭୁବନେଶ୍ବର ୧୦ଟି ଘରୋଇ ହସ୍‌ପିଟାଲ ଯାଞ୍ଚ

ଭୁବନେଶ୍ବର: ବିଭିନ୍ନ ଘରୋଇ ହସ୍‌ପିଟାଲ୍‌ରେ କୋଭିଡ୍‌ ପରିଚାଳନାରେ ନିୟୋଜିତ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସଂକ୍ରମଣ ରୋକିବା ନିମନ୍ତେ ନୂତନ ନିୟମାବଳୀ ପ୍ରଣୟନ କରାଯାଇଛି। ପ୍ରତ୍ୟେକ ହସ୍‌ପିଟାଲ୍‌ କୋଭିଡ୍‌-୧୯ ଏବଂ ଅଣକୋଭିଡ୍‌ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଆବଶ୍ୟକୀୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ କୁହାଯାଇଛି। ପ୍ରତ୍ୟେକ ହସ୍‌ପିଟାଲ୍‌ ଜ୍ୱର ଆଦି ରୋଗର ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଫିଭର କ୍ଲିନିକ୍‌ ଖୋଲିବା ଏବଂ ହସ୍‌ପିଟାଲ୍‌ ମଧ୍ୟରେ ସନ୍ଦିଗ୍ଧ କୋଭିଡ୍‌ ରୋଗୀ ବା ଚିହ୍ନଟ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏକ ପୃଥକୀକୃତ ଅଞ୍ଚଳ ନିରୁପଣ କରିବେ। ଡିଏମ୍‌ଇଟିଙ୍କ ତରଫରୁ ଏ ସଂପର୍କିତ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱରରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବା ପରେ ଏଠାକାର ବିଭିନ୍ନ ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ବରର କିଛି ଘରୋଇ ହସ୍‌ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନଜରକୁ ଆସିଛି। ଆଜି ଭୁବନେଶ୍ୱରରେ ୧୦ଟି ଘରୋଇ ହସ୍‌ପିଟାଲ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ କାମ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରାଯାଉଛି। ରିପୋର୍ଟ ଆସିବା ପରେ ଘରୋଇ ହସ୍‌ପିଟାଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍‌-୧୯ ନିୟମ ଯେଉଁ ହସ୍‌ପିଟାଲଗୁଡ଼ିକ ଉଲ୍ଲଙ୍ଘନ କରିବା ପ୍ରମାଣ ମିଳେ ତାହେଲେ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇ ପଦକ୍ଷେପ ନିଆଯିବ। ଗତକାଲି ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହୁଇଲ ହସ୍‌ପିଟାଲକୁ ସିଲ କରାଯାଇଥିଲା। ଏହି ହସ୍‌ପିଟାଲରେ ୨୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହସ୍‌ପିଟାଲର କର୍ମଚାରୀମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ଲ ହୁଇଲ୍‌ ହସ୍‌ପିଟାଲକୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ମଧ୍ୟ ଏହାର ଉତ୍ତର ଆସିନାହିଁ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ।
କର କ୍ଲିନିକ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌, ନୀଳାଚଳ ହସ୍‌ପିଟାଲ୍‌, ମୋହନ୍‌ ଡାଇବେଟିକ୍ସ ସେଣ୍ଟ, କଳିଙ୍ଗ ହସପିଟାଲ୍‌, କେୟାର୍‌ ହସ୍‌ପିଟାଲ୍‌, ଆପୋଲୋ ହସ୍‌ପିଟାଲ୍, ଉଷ୍ଟି ହସ୍‌ପିଟାଲ୍‌, ହେଲ୍‌ଥ ଭିଲେଜ ହସ୍‌ପିଟାଲ୍, ରୁଚିକା ନର୍ସିଂ ହୋମ୍, ବିବେକାନନ୍ଦ ହସ୍‌ପିଟାଲ୍‌ ଆଦି ୧୦ଟି ହସ୍‌ପିଟାଲ୍‌କୁ ଆଜି ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟରେ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ରବିନାରାୟଣ ଜେଠୀ ଓ ଅଂଶୁମାନ ରଥ ସାମିଲ ହୋଇଥିଲେ। ରୋଗୀ ସେବା ସମୟରେ ସାମାଜିକ ଦୂତରା ବଜାୟ ରଖିବା, ମାସ୍କ ପିନ୍ଧିବା, ସାନିଟାଇଜ୍‌ କରିବା, ହାତ ଧୋଇବା ଆଦି ଉପରେ ଗୁରୁତ୍ବ ଦିଆଯାଉଛି କି ନାହିଁ ଆଦି ଉପରେ ଯାଞ୍ଚ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories