www.samajalive.in
Thursday, December 11, 2025
14.1 C
Bhubaneswar

ବିଦ୍ୟୁତ୍ ଆଘାତରେ ଜେଜେମା-ନାତୁଣୀ ମୃତ

ଘର ଅଗଣାରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ରାୟଗଡ଼ା ସହର ଉପାନ୍ତବର୍ତୀ ତୁମ୍ବିଗୁଡ଼ା ଗାଁରେ ।

ତୁମ୍ବିଗୁଡ଼ାର ବାଙ୍ଗରମା ମାଣ୍ଡାଙ୍ଗିଙ୍କ ଘର ଅଗଣାରେ ଲୁଗା ଶୁଖା ତାରରେ କୌଣସି ପ୍ରକାରେ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିଲା । ବାଙ୍ଗରମା ଲୁଗା ଶୁଖାଇବା ବେଳେ ତାଙ୍କୁ ବିଦ୍ୟୁତ୍ ଝଟକା ଲାଗିିଥିଲା । ଏହି ସମୟରେ ତାଙ୍କର ୧୦ ବର୍ଷର ନାତୁଣୀ ତାଙ୍କୁ କ’ଣ ହେଲା ଭାବି କୁଣ୍ଢେଇ ପକାଇବାରୁ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଧକ୍କା ଲାଗିଥିଲା । ଦୁହେଁ ଅଚେତ ହୋଇ ପଡ଼ିଥିଲେ । ପରିବାର ଲୋକେ ଆଈ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ ଆଣିବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁ ଲୋକେ ବିରୋଧ କରିଥିଲେ। ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୁଲିସ ନିରାଶ ହୋଇ ଫେରିଥିଲା। ଗାଁ ଲୋକେ ଶବ ସତ୍କାର କରିଥିବା ଅଭିଯୋଗ ହୋଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories