www.samajalive.in
Monday, December 8, 2025
24.1 C
Bhubaneswar

ଲଡ଼ୁଖାଇ ହତ୍ୟା ଘଟଣା : ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ବୁର୍ଲା: ବୁର୍ଲା ଥାନା ଅର୍ନ୍ତଗତ ଲଡ଼ୁଖାଇ ଖଡ଼ିଆପଡ଼ାରେ ଅଜୟ ଯାଦବ(୪୦) ନାମକ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ ଗତ ୨୧ ତାରିଖରେ ଉଦ୍ଧାର କରିଥିଲା। ଅଜୟଙ୍କୁ ହତ୍ୟା କାରଯାଇଥିବା ନେଇ ତାଙ୍କ ସ୍ତ୍ରୀ ସୁମତି ଯାଦବ ଅଭିଯୋଗ ଆଣିଛନ୍ତି। ତେବେ ହତ୍ୟାକାରୀଙ୍କୁ ଠାବ କରିବା ପାଇଁ ପୁଲିସ ତିନିଜଣଙ୍କୁ ସନ୍ଦେହରେ ବୁର୍ଲା ଥାନାରେ ରଖି ପଚରା ଉଚରା କରୁଥିଲା। ତେବେ ଟିଟନ ଭୋଇ ଓରଫ୍‍ ଚିରଞ୍ଜିତ ଏବଂ ସଂସାର ଧରୁଆ ଓରଫ୍‍ ଅଲେଖଙ୍କୁ ପୁଲିସ ହତ୍ୟା ଅଭିଯୋଗରେ ଗିରଫ୍‍ କରି କୋର୍ଟକୁ ଚାଲାଣ କରିଥିବା ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଇଙ୍କ ସୁତ୍ରରୁ ପ୍ରକାଶ ପାଇଛି।
ସୁଚନା ଥାଉକି ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ବିଟ ହାଉସ ଅଧିନସ୍ତ ଲଡ଼ୁଖାଇ ଗ୍ରାମ ନିକଟ ବାବା ଢ଼ାବାରେ ରାଜମିସ୍ତ୍ରୀ ଭାବରେ ଅଜୟ ଯାଦବ କାମ କରୁଥିଲେ। ଗତ ୨୧ ତାରିଖ ଦିନ ସେ ନିଶା(କୁସୁନା) ପିଇବା ପରେ ଲଡ଼ୁଖାଇ ଖଡ଼ିଆ ପଡ଼ାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କର କ୍ଷତବିକ୍ଷତ ମୃତ ଦେହ ଖଡ଼ିଆପଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ହତ୍ୟା ଘଟଣା ଦିନ ଦ୍ୱିପହରେ ଗତ ୨୧ ତାରିଖରେ ହୋଇଥିବା ଏବଂ ଗାଁ ଦାଣ୍ଡରେ ଶବ ପଡ଼ି ରହିଥିବା ଘଟଣାକୁ ରହସ୍ୟାବୃତ କରି ରଖିଥିଲା। ସେପଟେ ଏହି ହତ୍ୟା ଘଟଣାକୁ ନେଇ ପୁଲିସ ତିନିଜଣଙ୍କୁ ଥାନାରେ ସନ୍ଦେହରେ ଅଟକ ରଖି ଜେରା ମଧ୍ୟ କରିଥିଲା। ଏହାପରେ ପୁଲିସ ଜେରାରୁ ଦୁଇଜଣ ବ୍ୟକ୍ତି ବେହେରାଟିକ୍ରାର ଟିଟନ ଭୋଇ ଏବଂ ଗୋଡ଼ଭଗାର ସଂସାର ଧରୁଆ  ଘଟଣା ଦିନ ଅଜୟ ସାଙ୍ଗରେ ରହିଥିଲେ। ନିଶାପାନ ପରେ ସାଧାରଣ ଯୁକ୍ତିତର୍କ ପରେ କୁଆଡ଼େ ମୃତକ ଅଜୟ ଉଭୟ ଟିଟନ ଏବଂ ସଂସାରଙ୍କୁ ଗାଳିଗୁଲଜ କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ଟିଟନ ଏବଂ ସଂସାର  ଇଟାରେ ଅଜୟଙ୍କୁ ଆକ୍ରମଣ କରିବା ପରେ ଅଜୟଙ୍କ ମୃତ୍ୟୁ ଘଟିଥିବା ପୁଲିସ ଯାଞ୍ଚରୁ ଜଣାପଡ଼ିଥିବା ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଇ ଏକ ପ୍ରେସ ବିବୃତି ମାଧ୍ୟମରେ ସୁଚନା ଦେଇଛନ୍ତି।

ଉଭୟଙ୍କୁ ଗିରଫ୍‍ କରାଯାଇ ପୁଲିସ ତରଫରୁ କୋର୍ଟକୁ ହତ୍ୟା ମାମଲାରେ ଚାଲାଣ କରାଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ ପାଇଛି। ତେବେ ସାଧାରଣ ନିଶା ସେବନ କରୁଣ ପରିଣତି ଏକ ଦିନ ଖଟିଖିଆ ପରିବାରକୁ ଭୋଗ କରିବାକୁ ପଡ଼ିଛି। ଗୋଟିଏ ଜୀବନ ଚାଲି ଯାଇଛି। ତେବେ ଉଭୟ ହତ୍ୟା ଅଭିଯୁକ୍ତି ପୁଲିସକୁ ବୟାନ ଦେଇଥିବା କଥାରେ ସତ୍ୟତା ରହିଛି ନା କୌଣସି ଗୁଢ଼ ରହସ୍ୟ ରହିଛି ତାହା ଉଭୟ ହତ୍ୟାକାରୀଙ୍କୁ ହିଁ ଜଣା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories