www.samajalive.in
Saturday, December 13, 2025
26.1 C
Bhubaneswar

ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାର; ଗଜପତିଙ୍କ ଚିଠି ଆଧାରରେ ଆଇନ ବିଭାଗର ନିଷ୍ପତ୍ତି

ଭୁବନେଶ୍ବର: ରଥଯାତ୍ରା ସପକ୍ଷରେ ରାଜ୍ୟ ସରକାର । ଗଜପତି ମହାରାଜାଙ୍କ ଚିଠି ଆଧାରରେ ରାଜ୍ୟ ଆଇନ ବିଭାଗ ନେଇଛି ଏହି ନିଷ୍ପତ୍ତି । ସୋମବାର ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ପୁନଃ ବିଚାର ସମୟରେ ରାଜ୍ୟ ସରକାର ରଥଯାତ୍ରା କରାଇବା ନିମନ୍ତେ ନିବେଦନ କରିବେ । ଆଇନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ବିନା ଭକ୍ତରେ କରାଇବା ପାଇଁ ଅନୁରୋଧ କରିବା ପୂର୍ବକ ଏକ ଚିଠି ଆଜି ପୂର୍ବାହ୍ନରେ ଲେଖିଥିଲେ। ଏହାକୁ ସମୀକ୍ଷା କରି କୋର୍ଟରେ ନିଜର ଆଭିମୁଖ୍ୟକୁ ବଦଳାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

- Advertisement -

ଜୁନ୍‌୧୮ ତାରିଖ ଦିନ ସୁପ୍ରିମ୍‌କୋର୍ଟ ପୁରୀରେ ରଥଯାତ୍ରା ଉପରେ ନିଷେଧାଦେଶ ଜାରି କରିଥିଲେ । ମାତ୍ର ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତିକୁ ସୃଷ୍ଟି ହୋଇଥିଲା ବିବାଦ । ଗଜପତି ମହାରାଜ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ ବୋଲି କହିଥିଲେ ହେଁ ଶଙ୍କରାଚାର୍ଯ୍ୟ ଏ ସମ୍ପର୍କରେ ଭିନ୍ନ ମତ ପୋଷଣ କରିଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ମାମଲାର ପୁନଃ ବିଚାର ନିମନ୍ତେ ସୁପ୍ରିମକୋର୍ଟରେ ପ୍ରାୟ ଦେଢ଼ ଡ଼ଜନ ମାମଲା ରୁଜୁ ହୋଇଛି । ଏହାର ଶୁଣାଣି ସୋମବାର କରାଯିବ । ଏହି ସମୟରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଭକ୍ତଙ୍କ ଆବେଗ ଓ ବିନା ଭକ୍ତରେ ରଥଯାତ୍ରା କରାଇବାକୁ ଆଦେଶ ସପକ୍ଷରେ ଯୁକ୍ତି ବାଢ଼ିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ରାଜ୍ୟ ସରକାରଙ୍କୁ ବିନା ଭକ୍ତରେ ରଥଯାତ୍ରା ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories