www.samajalive.in
Monday, December 8, 2025
24.1 C
Bhubaneswar

ଲାଞ୍ଚ ନେଇ ଗିରଫ ହେଲେ ମହୁଲପାଟଣା ଫାଣ୍ଡି ଏଏସ୍ ଆଇ

ଭବାନୀପାଟଣା: ଏକ ଦୁର୍ଘଟଣଗ୍ରସ୍ଥ ଟ୍ରାକ୍ଟରକୁ ଫାଣ୍ଡିରୁ ମୁକୁଳାଇବା ପାଇଁ ଟ୍ରାକଟର ମାଲିକ ଠାରୁ କଳାହାଣ୍ଡି ଜିଲ୍ଲା ମହୁଲପାଟଣା ପୋଲିସ ଫାଣ୍ଡି ଏଏସଆଇ ମଳୟ କୁମାର ରଣା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଥାନା ଅଧିନରେ ଥିବା ମହୁଲପାଟଣା ଫାଣ୍ଡି ଅଧିନରେ ଖମାରହଳଦୀ ଗ୍ରାମର ମହେଶ୍ୱର ସାଗରଙ୍କ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏ ଏନି ମହୁଲପାଟଣା ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା।

ସେହି ଦୃର୍ଘଟଣାଗ୍ରସ୍ଥ ଟ୍ରାକ୍ଟରକୁ ଫାଣ୍ଡିରୁ ମୁକୁଳାଇବା ପାଇଁ ମହୁଲପାଟଣା ଫାଣ୍ଡି ଏଏସଆଇ ମଳୟ କୁମାର ରଣା ଟ୍ରାକ୍ଟର ମାଲିକ ଶ୍ରୀ ସାଗରକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଟଙ୍କା ଦେଇ ପାରିବେ ନାହିଁ ତେଣୁ କିଛି ଟଙ୍କା କମ କରିବା ପାଇଁ କହିଥିଲେ। କିନ୍ତୁ ଏଏସଆଇ ଶ୍ରୀ ରଣା ୧୨ ହଜାର ଟଙ୍କା ନ ଦେଲେ ଟ୍ରାକ୍ଟର ମୁକୁଳାଇବା ହେବ ନାହିଁ ବୋଲି କହିବାରୁ ଶ୍ରୀ ସାଗର ଭବାନୀପାଟଣା ଭିଜିଲାନ୍ସ ବିଭାଗକୁ ଘଟଣା ସର୍ମ୍ପକରେ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ପୂର୍ବ ଯୋଜନା ଅନୁଯାୟୀ ୧୯ ତାରିଖ ଶୁକ୍ରବାର ଦିନ ସଂଧ୍ୟାରେ ଏଏସଆଇ ଶ୍ରୀ ରଣା ଟ୍ରାକ୍ଟର ମାଲିକ ଶ୍ରୀ ସାଗରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, ସବ୍ ଇଂନ୍ସିପେକ୍ଟର ପ୍ରମିଳା ସୁନା, ଇଂନ୍ସିପେକ୍ଟର ଭୀମସେନ ପୂଝାରୀ ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ଶ୍ରୀ ରଣାଙ୍କ ଠାରୁ ଲାଞ୍ଚ ନେଇ ଥିବା ୫ ହଜାର ଟଙ୍କା ଜବତ କରିବା ସହିତ ଗିରଫ କରି ଭବାନୀପାଟଣା ଅଣା ଯାଇ ଥିବା ଭିଜିଲାନ୍ସ ଡିଏସପି ଶ୍ରୀ ମହାନନ୍ଦଙ୍କ ସୂତ୍ରରୁ ପ୍ରକାଶ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories