www.samajalive.in
Wednesday, December 10, 2025
16.1 C
Bhubaneswar

ଗିରଫ ହେଲେ ଆଉ ୩ ହାତୀ ଶିକାରୀ; ହେଲେ ମିଳୁନାହିଁ ଦାନ୍ତ

କେନ୍ଦୁଝରଗଡ଼: ଚମ୍ପୁଆ ରେଞ୍ଜର ଗୁରୁବେଡ଼ା ବୈତରଣୀ ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣାରେ ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ସେମାନେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଓ ସେମାନଙ୍କର ନାଁ ହେଉଛି ମାତଲୁ ମୁଣ୍ଡା, ଶ୍ରୀଧର ମୁଣ୍ଡା ଓ ଗୁରୁବେଡ଼ା । ଏହି ୩ ଜଣଙ୍କୁ  ମିଶାଇ ଏହି ଘଟଣାରେ ଏଯାଏ ୫ଜଣଙ୍କୁ ଗିରଫ କରାଯାଇ ସାରିଛି । ସେହିପରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡ଼ଙ୍କୁ ସରକାର ନିଲମ୍ବିତ କରିଛନ୍ତି । ତେବେ ହାତୀଙ୍କ ମୃତ୍ୟୁ ପରେ ତସ୍କରମାନେ ଲୁଟି ନେଇଥିବା ଦାନ୍ତ ପୁଲିସ ଉଦ୍ଧାର କରିବାରେ ବ୍ୟର୍ଥ ହୋଇଛି  । ତେବେ ଘଟଣାର ତଦନ୍ତ ଅବ୍ୟାହତ ରହିଛି ବୋଲି କେନ୍ଦୁଝର ଡ଼ିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି ।

ବାରହା ଶିକାର ପାଇଁ ଶନିବାର ଅଭିଯୁକ୍ତମାନେ ଜଙ୍ଗଲରେ ବିଜୁଳି ତାର ଛନ୍ଦିଥିବା ସ୍ବୀକାର କରିଛନ୍ତି । ମାତ୍ର ରବିବାର ସେମାନେ ତାର ଫିଟାଇବାକୁ ଯିବାବେଳେ ବାରହା ବଦଳରେ ଦୁଇଟି ହାତୀ ମରି ପଡ଼ିଥିବା ଦେଖିଥିଲେ । ଏହାପରେ ସେମାନେ ଭୟଭୀତ ହୋଇ ତାର ନେଇ ପଳାଇଥିଲେ । କିନ୍ତୁ ହାତୀ ଦାନ୍ତ କିଏ ନେଇଛି ସେ ସମ୍ପର୍କରେ ସେମାନେ ଜାଣି ନାହାନ୍ତି ବୋଲି କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories