www.samajalive.in
Wednesday, December 10, 2025
16.1 C
Bhubaneswar

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବେ ସରକାର; ମନ୍ଦିର ପରିସରରେ ହେବ ରଥଯାତ୍ରା ରୀତିନୀତି

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

ଭିଡ଼ିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି ।  ଏଥିରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ; ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡ଼ଭୋକେଟ୍ ଜେନେରାଲ ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଆଡ଼ଭୋକେଟ ଜେନେରାଲ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରିଥିଲେ । ଏ ସମ୍ପର୍କରେ  ବୈଠକରେ ଆଲୋଚନା ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର ଅନୁପାଳନ ସହ ରୀତିନୀତି ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସୂଚୀତ କରାଯାଇଛି । ସେହିପରି ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରିବେ ତାହାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲାପାଳମାନଙ୍କୁ ନିର୍ଦେଶ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ଏହାବ୍ୟତୀତ ଭାରତ ସରକାରଙ୍କ ମେ ୩ ତାରିଖ ଓ ଓଡ଼ିଶା ସରକାରଙ୍କ ଜୁନ୍ ୧ ତାରିଖରେ କୋବିଦ ପରିଚାଳନା ସଂକ୍ରାନ୍ତ ନିର୍ଦେଶନାମାର ଦୃଢ଼ ଅନୁପାଳନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ପ୍ରାରମ୍ଭରେ ଚୀନ-ଭାରତ ସଂଘର୍ଷରେ ପରଲୋକଗତ ସହିଦଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରକାଶ କରାଯାଇଛି । ପ୍ରାରମ୍ଭରେ ଦୁଇ ଯବାନ ନନ୍ଦୁରାମ ସୋରେନ୍ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରଲୋକରେ ୨ ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories