www.samajalive.in
Sunday, December 7, 2025
18.1 C
Bhubaneswar

ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଶକ୍ତି କ୍ଷେତ୍ରରେ ସବୁଠୁ ଅଧି ଲାଭବାନ ହେବ ଓଡ଼ିଶା : ଧର୍ମେନ୍ଦ୍ର

-ଏହି ଐତିହାସିକ ପଦକ୍ଷେପ ରାଜ୍ୟରେ ବେସରକାରୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ
-ଦେଶରେ କୋଇଲା ଉତ୍ପାଦନକୁ ବୃଦ୍ଧି କରି ଉର୍ଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ
-ବାଣିିଜ୍ୟିକ କୋଇଲା ଖଣି  କ୍ଷେତ୍ରରେ ସବୁଠାରୁ ବଡ ସଂସ୍କାର
-ପୂର୍ବ ଭାରତକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ରୂପାନ୍ତରିତ କରିବ
-୨୦୩୦ ସୁଦ୍ଧା ୧୦୦ ମିଲିୟନ ଟନ୍ କୋଇଲା ଗ୍ୟାସିଫିକେସନ ହାସଲ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ପରିପ୍ରେକ୍ଷୀ​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାଣିଜ୍ୟିକ ଖଣି ପାଇଁ ୪୧ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜ୍ଜା କ୍ଷେତ୍ରରେ ଓଡ଼ିଶା ସବୁଠୁ ଅଧିକ ଲାଭବାନ ହେବ ବୋଲି କେନ୍ଦ୍ର ତୈଳ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କୋଇଲା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଆଜି ନିଆଯାଇଥିବା ପ୍ରମୁଖ ପଦ​​କ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ
ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶା ଭଳି
କୋଇଲା ସମୃଦ୍ଧ ପୂର୍ବ ରାଜ୍ୟ ଗୁଡିକରେ ବେସରକାରୀ ପୁଞ୍ଜି ନିବେଶକୁ  ପ୍ରୋତ୍ସା​‌ହିତ କରିବ। ଏହାସହ ଅତ୍ୟାଧୁନିକ
ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବଢାଇବ, ପ୍ରତିଯୋଗିତା ସୃଷ୍ଟି କରିବ, ସ୍ଥାୟୀ ଖଣି ପାଇଁ ପଥ ପରିଷ୍କାର
କରିବ, ଅଧିକ ପୁଞ୍ଜି ନିବେଶ ମାଧ୍ୟମରେ ଟେକ୍ନୋଲୋଜି ଏବଂ ସେବା ଯୋଗାଇବା ସହ ଅଧିକରୁ ଅଧିକ ନିଯୁକ୍ତି
ସୃଷ୍ଟି କରିବାରେ ସହାୟକ ହେବ।
ବାଣିଜ୍ୟିକ କୋଇଲା ଖଣି କ୍ଷେତ୍ରରେ ସବୁଠାରୁ ବଡ ସଂସ୍କାର ଏବଂ ଏହା ସମସ୍ତ ଅଂଶୀଦାରଙ୍କୁ ସଫଳତା ଦେବ।
ଏହି ଐତିହାସିକ ପଦକ୍ଷେପ ଦେଶରେ କୋଇଲା  ଉତ୍ପାଦନୁ ବୃଦ୍ଧି କରି ଉର୍ଜ୍ଜା କ୍ଷେତ୍ରରେ  ଭାରତକୁ ଆତ୍ମନିର୍ଭର କରିବ। ପୂର୍ବ ଭାରତ ବିଶେଷ ଭାବେ ଆଦିବାସୀ ଅଂଚଳ ଏବଂ ଆକାଂକ୍ଷୀ ଜିଲ୍ଲାକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ମଧ୍ୟ ରୂପାନ୍ତରିତ କରିବ। ଏହି ପଦକ୍ଷେପ ଶକ୍ତି, ଇସ୍ପାତ ଏବଂ ଖଣି ସମେତ ଅନେକ କ୍ଷେତ୍ର ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇବ ଏବଂ ଉଜ୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବାଟ ଦେଖାଇବ।
ବାଣିଜ୍ୟିକ ଖଣି ଭାରତରେ କୋଇଲାର ଉପଲବ୍ଧିର ଉନ୍ନତି କରିବା ସହ ପୁଞ୍ଜି ନିବେଶ ପ୍ରତି ଆକର୍ଷିତ କରିବ ଓ କୋଇଲା ଗ୍ୟାସିଫିକେସନକୁ ମଧ୍ୟ ବଡ ଗତି ଦେବ। ଏହା ବ୍ୟତିତ ଦେଶର ଖାଦ୍ୟ ସୁରକ୍ଷା ଏବଂ ଉର୍ଜ୍ଜା ସୁରକ୍ଷାର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଅଗ୍ରସର କରାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଶିଳ୍ପ ବିକାଶକୁ ତ୍ୱରାନିିତ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଦେଶରେ ୨ ଲକ୍ଷ ୮୦
ହଜାରରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରାେକ୍ଷ ନିଯୁକ୍ତି ଯୋଗାଇବ। ନିଲାମ ହେବାକୁ ଥିବା ଖଣି ଗୁଡିକ ବାର୍ଷିକ
ରାଜ୍ୟ ସରକାରଙ୍କୁ ୨୦ ହଜାର କୋଟିର ରାଜସ୍ବ ଦେବ। ସେହିପରି ଭାରତ ସରକାର ୨୦୩୦ ସୁଦ୍ଧା ୧୦୦
ମିଲିୟନ ଟନ୍ କୋଇଲା ଗ୍ୟାସିଫିକେସନ ଲକ୍ଷ୍ୟ ହାସଲ କରିବା ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରିବାର ଯେଜନା ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories