www.samajalive.in
Monday, December 8, 2025
24.1 C
Bhubaneswar

ବ୍ୟାଙ୍କରେ ମିଳୁନି ଟଙ୍କା, ଗ୍ରାହକଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ

କଲମପୁର :ଚାଷୀଙ୍କ ଧାନ ବିକ୍ରିର ଟଙ୍କା ହେଉକି ଉଜ୍ଜାଲା ହିତାଧିକାରୀଙ୍କ ରନ୍ଧନ ଗ୍ୟାସ ଟଙ୍କା ହେଉ ଅଥବା ଜନ ଧନ ଯୋଜନା ହିତାଧିକାରୀଙ୍କ ଟଙ୍କା କିମ୍ବା କୌଣସି ସରକାରୀ ଯୋଜନାର ଟଙ୍କା ସବୁ ଜମା ହେଉଛି ହିତାଧିକାରୀଙ୍କ ଜମା ଖାତାରେ। ଏହି ସବୁ ଟଙ୍କା ପାଇଁ ବ୍ୟାଙ୍କରେ ଲାଗୁଛି ଲମ୍ବା ଲାଇନ। କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ମୁଖ୍ୟତଃ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେହି ଗ୍ରାହକ ଏହା ମାନିବାକୁ ନାରାଜ। ଏପରିକି ଅନେକ ସମୟରେ ଗ୍ରାହକ ଗ୍ରାହକ ମଧ୍ୟରେ ଠେଲା ପେଲା ହେବା ଦ୍ୱାରା ଅସନ୍ତୋଷ ଭାବ ଦେଖା ଦେଉଛି। ଯାହାକୁ ନିୟନ୍ତ୍ରଣ କରିବା ବ୍ୟାଙ୍କ କତୃପକ୍ଷଙ୍କ ସାଧ୍ୟ ବାହାରେ। ଅନ୍ୟପଟେ ପୁଲିସ ବଳ ନିୟୋଜନ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ କଲମପୁର ପୁଲିସ ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ଅଭାବ କାରଣରୁ ହୋମଗାର୍ଡ ମାଧ୍ୟମରେ ଲୋକ ଗହଳି ନିୟନ୍ତ୍ରଣ କରିବା ସମ୍ଭବ ହେଉ ନାହିଁ।

ଏଭଳି ସ୍ଥିତିରେ ଉଜ୍ଜାଲା ଓ ଜନ ଧନ ଯୋଜନା ହିତାଧିକାରୀଙ୍କ ସମେତ ଚାଷୀଙ୍କ ଧାନ ବିକ୍ରୟ ଟଙ୍କା ସେମାନଙ୍କ ଜମା ଖାତାରେ ଜମା କରାଯାଇଥିବାରୁ ଟଙ୍କା ନେବା ପାଇଁ ରିତି ମତ ଗହଳି ରହୁଛି। କେହି ହିତାଧିକାରୀ ମାସ୍କ ବ୍ୟବହାର କରୁନଥିବା ବେଳେ ମାନୁ ନାହାଁନ୍ତି ସାମାଜିକ ଦୂରତ୍ୱକୁ। ଏହାସହ କଲମପୁର ଠାରେ ଏକମାତ୍ର ଜାତୀୟ କରଣ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ରହିଛି। ଏହି ଶାଖା ମାଧ୍ୟମରେ କଲମପୁର ଅଂଚଳର ସମସ୍ତ ବ୍ୟବସାୟୀ ସରକାରୀ କର୍ମଚାରୀ ନେଣ ଦେଣ ପାଇଁ ଭରସା କରି ଆସୁଛନ୍ତି। ଏକ କୃଷି ଭିତିକ ବ୍ୟାଙ୍କ ର ମାନ୍ୟତା ଦୃଷ୍ଟିରୁ ଏହି ବ୍ୟାଙ୍କ ମାଧ୍ୟମରେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କାରବାର ହେଉଛି। କିନ୍ତୁ ସେହି କାରବାର ଦୃଷ୍ଟିରୁ ବ୍ୟାଙ୍କର ଆବଶ୍ୟକ ଭିତିଭୂମିର ଅଭାବ ରହିଛି। ଆବଶ୍ୟକ ମାନବ ସମ୍ବଳ ଅଭାବ କାରଣରୁ ସଠିକ ସମୟରେ ଗ୍ରାହକ ସେମାନଙ୍କ କାର୍ଯ୍ୟ କରି ପାରୁ ନାହାଁନ୍ତି। ଏହସହ ବର୍ତାମାନ ଚାଷୀଙ୍କ ଚାଷ ଆରମ୍ଭର ସମୟ। ଏହି ସମୟରେ ଚାଷୀ ଟଙ୍କା ନେଇ ବିଭିନ୍ନ ଦୋକାନୀଙ୍କ ନିକଟରେ ନିଜର ଧାର ଉଧାର ନେଇଥିବା ଟଙ୍କା ପରିଶୋଧ କରିଥାନ୍ତି। ଏହି ଟଙ୍କା ପରିଶୋଧ କରିବା ପାରେ ଅନ୍ୟ ଚାଷ କାର୍ଯ୍ୟ ପାଇଁ ବିହନ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ନେଇଥାନ୍ତି। ବ୍ୟାଙ୍କରେ ଟଙ୍କା ଅଭାବ କାରଣରୁ ଚାଷୀଙ୍କୁ ସଠିକ ସମୟରେ ଟଙ୍କା ମିଳୁନଥିବାରୁ ଚାଷୀ ହଇରାଣ ହରକତ ହେଉଛନ୍ତି। ଟଙ୍କା ଉଠାଇବା ପାଇଁ ବାରମ୍ବାର ବ୍ୟାଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସେମାନେ ସେମାନଙ୍କ ପାପ୍ୟ ପାଇ ପାରୁ ନହାଁନ୍ତି। ସ୍ଥାନୀୟ ଡିପୋଜିଟ କୁ ଭରସା କରି କିଛି ପାଂଚଶହ, ହଜାରେ ଟଙ୍କା ନେଉଥିବା ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି। ମୁଖ୍ୟ ବ୍ୟାଙ୍କରୁ ଆବଶକ ମୁତାବକ ଟଙ୍କା ଆସୁନଥିବାରୁ ବ୍ୟାଙ୍କ କତୃପକ୍ଷ ମଧ୍ୟ ଅସହାୟ ହେଇ ପଡୁଛନ୍ତି। ଏଭଳି ସମୟରେ ଟଙ୍କା ଅଭାବ କାରଣରୁ ଏ.ଟି.ଏମ ସେବା ମଧ୍ୟ ପ୍ରଭାବିତ ହେଉଛି। ତେଣୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଓ ବ୍ୟାଙ୍କ କତୃପକ୍ଷ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories