ଟିଟିଲାଗଡ଼ : ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗ୍ରାମର ସ୍ୱର୍ଗତ ପଞ୍ଚାନନ ବଗର୍ତିଙ୍କୁ କଲାହାଣ୍ଡି ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ଯେ, ପଂଚାନନ ତେଲେଙ୍ଗାନା ରାଜ୍ୟର ବିନାଡଙ୍ଗା ଥାନା ଅଂଚଳକୁ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ସନ୍ଦେହଜନକ ଭାବରେ ମଇ ୫ରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ୭ ମଇରେ ଘରେ ପହଂଚିଥିଲା। ଏନେଇ ପଞ୍ଚାନନଙ୍କୁ ସମ୍ପୃକ୍ତ ମାଲିକ ଲକଡାଉନ ସମୟରେ ମଜୁରି ଟଙ୍କା ପ୍ରଦାନ କରୁନଥିବା ତଥା ଧମକଚମକ ଦେଉଥିବା ପଞ୍ଚାନନ ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିବା ଜଣାଯାଇଛି। ପଞ୍ଚାନନଙ୍କ ପରିବାରରେ ପତ୍ନୀ ତଥା ୫ ନାବାଳିକା ଝିଅ ରହିଛନ୍ତି। ମୃତକ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଶ୍ରମ ଆଇନ ଅନୁଯାୟୀ ରାଜ୍ୟ ସରକାର ତାଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ନେତୃବୃନ୍ଦ ଦାବି କରିଛନ୍ତି।
Popular Categories



