www.samajalive.in
Sunday, December 14, 2025
23.1 C
Bhubaneswar

୨୨୫ କୋଟିର ଟିକସ ଚୋରି, ମୁମ୍ବଇରୁ ପାନ ମସଲା ଉଦ୍ୟୋଗୀ ଗିରଫ

ଇନ୍ଦୋର: ବେଆଇନ ଭାବେ ପାନମସଲା ଏବଂ ଗୁଟ୍‌ଖା ବିକ୍ରି କରି ୨୨୫ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ଇନ୍ଦୋରର ଜଣେ ଉଦ୍ୟୋଗୀ ଗିରଫ ହୋଇଛନ୍ତି। ଜିଏସଟି ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ମୁମ୍ବଇର ଏକ ପଞ୍ଚ ତାରକା ହୋଟେଲରୁ ଗିରଫ କରାଯାଇଛି। ସେ ହେଉଛନ୍ତି କିଶୋର ବାଧୱାନୀ।

ପୂର୍ବରୁ ଟିକସ ଚୋରି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ନାୟାର ନାମକ ବ୍ୟବସାୟୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ କିଶୋରଙ୍କୁ ଗିରଫ କରାଯାଇଛି। କିଶୋରଙ୍କ ନାମରେ ‘ଏଏଏ’ ଏଣ୍ଟରପ୍ରାଇଜର୍ସ ନାମରେ ଏକ କମ୍ପାନୀ ରହିଛି, ଯାହାକୁ ବିଜୟ ନାୟାର ପରିଚାଳନା  କରୁଥିଲେ। ଅନ୍ୟ ଏକ କମ୍ପାନୀ ବିଷ୍ଣୁ ଏସେନ୍ସକୁ ଅଶୋକ ଡାଗା ଏବଂ ଅମିତ ବୋଥ୍ରା ପରିଚାଳନା କରୁଥିଲେ। ଉଭୟ କମ୍ପାନୀ ପାନ ମସଲା ଏବଂ ଗୁଟ୍‌ଖା ଉତ୍ପାଦନ କରି ବିଜୟ ନାୟାରଙ୍କୁ ଦେଇଥାନ୍ତି। ବିଜୟ ତାହାକୁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ସମେତ ଅନ୍ୟ କେତେକ ପଡ଼ୋଶୀ ରାଜ୍ୟରେ ବିକ୍ରି କରନ୍ତି। କମ୍ପାନୀ ଉତ୍ପାଦନର ମାତ୍ର ୨୦ ପ୍ରତିଶତ ଉତ୍ପାଦ ବିକ୍ରି ଉପରେ ଟିକସ ପଇଠ କରୁଥିବାବେଳେ ୮୦ ଉତ୍ପାଦକୁ ଚୋରାରେ ବିକ୍ରି କରୁଥିଲା। ନାୟାର ଧରାପଡ଼ିବା ପରେ ବାଧୱାନୀଙ୍କ ବିଷୟରେ କହିଥିଲେ। ବାଧୱାନୀ ହିଁ ଏହି ଚୋରା କାରବାରର ମାଷ୍ଟରମାଇଣ୍ଡ ଥିଲେ ବୋଲି ଜଣାପଡ଼ିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories