www.samajalive.in
Wednesday, December 10, 2025
16.1 C
Bhubaneswar

୮ ଦିନରେ ପେଟ୍ରେଲ ୪ଟଙ୍କା ୫୨ ପଇସା ମହଙ୍ଗା; ସରକାରଙ୍କୁ ଲୁଟିଆ କହିଲା କଂଗ୍ରେସ

ଭୁବନେଶ୍ବର: ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ପାଖାପାଖି ୪.୫୦ ଟଙ୍କା ମହଙ୍ଗା ହୋଇଛି । ରବିବାର ପେଟ୍ରୋଲ ଦର  ୬୨ ପଇସା ଓ ଡ଼ିଜେଲ ୬୪ ପଇସା  ବୃଦ୍ଧି ପାଇଛି । ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ନିଶାଣ କରିଛି । ଲୋକମାନଙ୍କୁ ଲୁଟିବାକୁ ସରକାର ଫନ୍ଦି କରିଛନ୍ତି ବୋଲି କଂଗ୍ରେସ ନେତା କପିଲ ସିବଲ କହିଛନ୍ତି  ତୈଳ ଦର ବୃଦ୍ଧି କରାଯାଇ ସାଧାରଣ ଜନତାଙ୍କୁ ସରକାର ଲୁଟୁଛନ୍ତି । ୨୦୧୪ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ୧୦୬ ଡ଼ଲାର ଥିବାବେଳେ ଦିଲ୍ଲୀରେ ପେଟ୍ରୋଲ ଦର ୭୧ ଟଙ୍କା ୪୧ ପଇସା ଥିଲା । ଏବେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ଦର ୩୮ ଡ଼ଲାର, ମାତ୍ର ଦିଲ୍ଲୀରେ ପେଟ୍ରୋଲ ଦର ୭୫ ଟଙ୍କା ୧୬ ପଇସା ରହିଛି ବୋଲି ଶ୍ରୀ ସିବଲ ଅଭିଯୋଗ କରିଛନ୍ତି ।

ଗତ ୩ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି। ଜୁନ ୨୦୧୭ ପରେ ତୈଳ କମ୍ପାନୀମାନେ ଦୈନିକ ଆଧାରରେ ମୂଲ୍ୟ ସମୀକ୍ଷା କରୁଛନ୍ତି।  କରୋନା ଲକଡାଉନ ଯୋଗୁ ତୈଳ କମ୍ପାନୀମାନେ ପ୍ରାୟ ୧୨ ସପ୍ତାହ ହେଲା ମୂଲ୍ୟ ସଂଶୋଧନ କରିନଥିଲେ।  ମାତ୍ର ଗତ ୭ ତାରିଖରୁ ଦୈନିକ ଦର ବୃଦ୍ଧି ଆରମ୍ଭ ହୋଇଛି । ଗତ ୮ ଦିନରେ  ଡିଜେଲ ମୂଲ୍ୟରେ ୪ଟଙ୍କା ୬୪ ପଇସା ବୃଦ୍ଧି ଘଟିଛି ଓ ପେଟ୍ରୋଲ ମୂଲ୍ୟରେ ଅନୁରୂପ ଭାବରେ  ୪ଟଙ୍କା ୫୨ ପଇସା ବୃଦ୍ଧି ପାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories