www.samajalive.in
Tuesday, December 9, 2025
26.1 C
Bhubaneswar

ନବୀନ-ମିତ୍ତଲ ଆଲୋଚନା: ଓଡ଼ିଶାରେ ୨ହଜାର କୋଟି ପୁଞ୍ଜିନିବେଶ କରିବ ମିତ୍ତଲ ଗ୍ରୁପ

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆର୍ସେଲ୍‌ ମିତ୍ତଲ ଗ୍ରୁପ୍‌ ଅଧ୍ୟକ୍ଷ ନିବାସ ଲକ୍ଷ୍ମୀ ମିତ୍ତଲଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆର୍ସେଲ୍‌ ମିତ୍ତଲ ଗ୍ରୁପ୍‌ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲଙ୍କୁ ଓଡ଼ିଶାର ଖଣିଜ ଦ୍ରବ୍ୟକୁ ମୂଲ୍ୟ ଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମିତ୍ତଲ ଗ୍ରୁପ୍‌ ପକ୍ଷରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର କୋଟିର ପୁଞ୍ଜିନିବେଶ କରାଯିବ। ପାରାଦ୍ବୀପ ପେଲେଟ୍‌ ପ୍ଲାଣ୍ଟ୍‌ର କ୍ଷମତା ୬ଏମ୍‌ପିଟିଏରୁ ୧୨ଏମ୍‌ପିଟିଏକୁ ବଢ଼ିବ। ଆର୍ସେଲ୍‌ର ମିତ୍ତଲ ଗ୍ରୁପ୍‌ ଓ ନିପନ୍‌ ଷ୍ଟିଲ୍‌ ପକ୍ଷରୁ ପେଲେଟ୍‌ ପ୍ଲାଣ୍ଟ ପରିଚାଳନା କରାଯାଉଛି। ଡାନୁନାର୍‌ ବେନିଫିକେସନ୍‌ ପ୍ଲାଣ୍ଟର କ୍ଷମତା ବୃଦ୍ଧି ମଧ୍ୟ କରାଯିବ ବୋଲି ବୋଲି ଆର୍ସେଲ୍‌ର ମିତ୍ତଲ ଗ୍ରୁପ୍‌ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସୂଚନା ଦେଇଛନ୍ତି।
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଲଣ୍ଡନରୁ ଆର୍ସେଲର ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସହିତ ଓଡ଼ିଶାରେ ପୁଞ୍ଜି ନିବେଶ ଉପରେ ଆଲୋଚନା କରିଥିଲେ।
ଓଡ଼ିଶା ସରକାର ଯେପରି ଦକ୍ଷତାର କୋଭିଡ୍‌-୧୯ର ପରିଚାଳନା କରୁଛନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିଳ୍ପ ଜଗତକୁ ସହଯୋଗ କରୁଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ନିକଟରେ ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ଯେପରି ସ୍ୱଚ୍ଛତାର ସହ ସଂପାଦିତ ହେଲା ତାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆର୍ସେଲର ମିତ୍ତଲ ଗ୍ରୁପ୍‌ ତା’ର ସମ୍ପ୍ରସାରଣ ଯୋଜନାର ଅଂଶ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ଗ୍ରୁପ୍‌ ଦ୍ୱାରା ପରିଚାଳିତ ପାରାଦ୍ୱୀପସ୍ଥିତ ପେଲେଟ୍‌ ପ୍ଳାଣ୍ଟର କ୍ଷମତା ବାର୍ଷିକ ୬ ନିୟୁତ ଟନ୍‌ରୁ ୧୨ ନିୟୁତ ଟନ୍‌କୁ ଓ ଡାବୁନା(କେଉଁଝର)ସ୍ଥିତ ବେନିଫିକେସନ୍‌ ପ୍ଲାଣ୍ଟର କ୍ଷମତା ବାର୍ଷିକ ୫ ନିୟୁତ ଟନ୍‌ରୁ ୧୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories