www.samajalive.in
Monday, December 8, 2025
24.1 C
Bhubaneswar

ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆସୁଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଭିମୁ​‌ଖେ ବାହାରିଥିବା ଜଣାପଡିଛି। ବିଜୟ ମହାନ୍ତି ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡିଛି । ଭୁବନେଶ୍ବରରେ ପହଞ୍ଚିବାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଜଣାପଡିଛି। ବିଜୟ ମହାନ୍ତି ଚିକିତ୍ସିତ ହେଉଥିବା ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ମେଡିକାଲରଲ ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ଏଣୁ ଗତକାଲି ସନ୍ଧ୍ୟାରୁ ଭୁବନେଶ୍ବରରୁ ଏକ ଆମ୍ବୁଲାନ୍ସ ଭୁବନେଶ୍ବରୁ ହାଇଦ୍ରାବାଦ ଯାଇଥିଲା।

ସୂଚନାଯୋଗ୍ୟ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଜୟ ମହାନ୍ତି। ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଭୁବନେଶ୍ବର ଫେରିବା ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ବୋଲି ଜଣାପଡିଛି । ବିଜୟ ମହାନ୍ତି ଓଡିଶା ଫେରିବା ପାଇଁ ଚାହୁଁଥିବା ଅଭିନେତା ତଥା ବିଜେପି ନେତା ଅଖିଳ କୁମାର ପଟ୍ଟନାୟକ ଜାଣିବା ପରେ ବିଜୟ ମହାନ୍ତିଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଅଖିଳ କୁମାର ପଟ୍ଟନାୟକ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ ଓ ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବିଜୟଙ୍କ ଓଡିଶା ଫେରିବାର ବାଟ ଫେରିଥିଲା ।

- Advertisement -

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories