www.samajalive.in
Monday, December 8, 2025
24.1 C
Bhubaneswar

ଆଜିଓ ଡଟ୍ କମ୍ ପକ୍ଷରୁ ପ୍ରମୁଖ ବ୍ରାଣ୍ଡ୍‌ରେ ଆକର୍ଷଣୀୟ ଡିସ୍କାଉଣ୍ଟ ସହ ବିଗ୍ ବୋଲ୍ଡ ସେଲ ଆରମ୍ଭ

ଭୁବନେଶ୍ୱର/ ମୁମ୍ବାଇ : ଭାରତର ଅଗ୍ରଣୀ ଅନଲାଇନ ଫ୍ୟାସନ ଇ-ରିଟେଲର AJIO.com ପକ୍ଷରୁ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ପୋଷାକ ଓ ଫ୍ୟାସନ ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସହିତ ଆଜିଠାରୁ ଜୁନ ୧୫ ଯାଏଁ ବିଗ୍ ବୋଲ୍ଡ ସେଲ୍ ଆରମ୍ଭ ହୋଇଛି ।

ଦୁଇହଜାରରୁ ଉର୍ଦ୍ଧ୍ୱ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ଦୁଇଲକ୍ଷରୁ ଅଧିକ ଷ୍ଟାଇଲର ସାମଗ୍ରୀ ଉପରେ ଆରମ୍ଭ ହୋଇଥିବା ଏହି ସେଲ୍ ଫ୍ୟାସନ ଜଗତରେ ଏ ଯାଏଁ ହୋଇଥିବା ସର୍ବବୃହତ । AJIO.com ବିଗ୍ ବୋଲ୍ଡ ସେଲ୍‌ରେ ସାମିଲ ହୋଇଥିବା ପ୍ରମୁଖ ବ୍ରାଣ୍ଡ୍‌ଗୁଡିକ ମଧ୍ୟରେ ରହିଛି ନାଇକ୍‌, ପୁମା, ଆଦିଦାସ୍‌, ଲିଭାଇସ୍‌, ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଭଳି ଅନେକ ଲୋକପ୍ରିୟ ଓ ପ୍ରସିଦ୍ଧ ବ୍ରାଣ୍ଡ୍‌ର ସାମଗ୍ରୀ । ଏହି ସେଲରେ ଟି-ସାର୍ଟ, ଜିନ୍ସ, କୁର୍ତ୍ତା, ସ୍ନିକର୍ସ ଠାରୁ ଆରମ୍ଭ କରି ଅନେକ ବର୍ଗରେ ୫୦ପ୍ରତିଶତରୁ ୯୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ଉପଲବ୍ଧ ହେଉଛି । ଏଥି ସହିତ ଆଜିଓ ଡଟ୍ କମ୍ ପକ୍ଷରୁ ଅନେକ ଅନ୍ତର୍ଜାତୀୟ ଲୋକପ୍ରିୟ ବ୍ରାଣ୍ଡ୍ ସାମିଲ କରାଯାଇଛି ।

- Advertisement -

ସୂଚନାଯୋଗ୍ୟ ଯେ, ସାରା ଦେଶର ଫ୍ୟାଶନ ପ୍ରେମୀଙ୍କ ପାଇଁ AJIO.com ପ୍ରଥମ ପସନ୍ଦ ହେବା ସହିତ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପୁରୁଷ ଓ ମହିଳାଙ୍କ ପୋଷାକ ତଥା ଆସେସୋରିଜ୍‌ର ବିସ୍ତୃତ କଲେକସନ ଉପଲବ୍ଧ କରାଉଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories