www.samajalive.in
Thursday, December 11, 2025
13.1 C
Bhubaneswar

ନକଲି ସୁନା ଦେଇ ଠକିନେଲେ ୨ ଲକ୍ଷ ଟଙ୍କା; ୩ ଠକ ଗିରଫ

ବଲାଙ୍ଗିର : ପାଞ୍ଚ ଲକ୍ଷ ଟଙ୍କାର ସୁନା ମାତ୍ର ୨ ଲକ୍ଷ ଟଙ୍କାରେ । କିଏ ବା କିଣିବାକୁ ନ ଚାହିଁବ ? ମାତ୍ର ସୁନା ବିକୁଥିବା ଲୋକ ଯେ ଠକ ଆଉ ନକଲି ସୁନା ଦେଇ ପୁରା ଟଙ୍କା ଠକି ନେଇଯିବ ସେ କଥା ବିଚରା ଗ୍ରାହକଟି ଜାଣିବାର ଅବକାଶ କାହିଁ । ମାତ୍ର ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲାରେ । ଠକେଇର ଶିକାର ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ପୁଲିସ ୩ ଠକଙ୍କୁ ଗିରଫ କରିଛି । ଏହି ଠକମାନେ ପୂର୍ବରୁ ବି ଅନେକ ଲୋକଙ୍କୁ ଏପରି ଠକିଛନ୍ତି ଆଉ ସେମାନଙ୍କ ନାଁରେ ବିିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।

ଘଟଣାଟି ଥିଲା ଏମିତି । ବୌଦ୍ଧ ଜିଲା ମନମୁଣ୍ଡାର ରଞ୍ଜନ ମେହେରଙ୍କୁ ଗତ ୪ ତାରିଖ ରାତିରେ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ରୀ ମେହେରଙ୍କୁ ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ସେମାନେ ଏକ କୂଅ ଖୋଳୁଥିବା ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ପାଇଛନ୍ତି। ୫ ତାରିଖ ଦିନ ଶ୍ରୀ ମେହେର ପାଟଣାଗଡ ରୋଡ୍‌ରେ ଥିବା ବଗିଚା ଢାବାକୁ ଆସି ଭେଟିଲେ ସେମାନେ ସୁନା ଦେବେ ଓ ୨ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ। ସେହି ଅନୁସାରେ ଶ୍ରୀ ମେହେର ୨ଲକ୍ଷ ଟଙ୍କା ବଗିଚା ଢାବାରେ ଦେବା ସହ  ସୁନା ନେଇଥିଲେ। ସୁନାର ଯାଞ୍ଚ କଲା ବେଳେ ତାହା ନକଲି ବୋଲି ଜଣାପଡିଥିଲା। ଏନେଇ ସ୍ଥାନୀୟ ସଦର ଥାନାରେ ଶ୍ରୀ ମେହେର ଅଭିଯୋଗ କରିଥିଲେ। ପାଟଣାଗଡର ଦୀପକ ମେହେର, କଳାକାହ୍ନୁ ମେହେର, ଜୟକୃଷ୍ଣ ମେହେର, ଲାଠୋରର ରାମଦାସ ମାଝୀ, ଅର୍ଜୁନ ମେହେର, ବେଲପଡ଼ାର ଶୁକ ମେହେର ଠକେଇରେ ସାମିଲ ଥିବା ସେ ଦର୍ଶାଇଥିଲେ। ପୁଲିସ ତଦନ୍ତ କରିବା ପରେ ଠକଙ୍କୁ ଗିରଫ କରିଥିଲା ।  ସେମାନଙ୍କ ଠାରୁ ନକଲି ସୁନା, ଡ୍ରିଲ୍‌ ମେସିନ, ୩ଟି ମୋବାଇଲ ଫୋନ୍‌, ୧ ବାଇକ ଓ ୯ହଜାର ଟଙ୍କା ଜବତ କରିଛି ପୁଲିସ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories