www.samajalive.in
Sunday, December 14, 2025
26.1 C
Bhubaneswar

ଖଡିଆଳର ପୁରାତନ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ନିର୍ମାଣ କରିବାକୁ ବିଧାୟକ ଅଧିରାଜଙ୍କ ଦାବି

ଖଡିଆଳ : ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ଦାବୀ କରିଛନ୍ତି। ସୂଚନାମତେ ଖଡିଆଳ ସହର ମଧ୍ୟରେ ଥିବା ଉପଖଣ୍ଡ ଚିକିତ୍ସାଳୟ ସହରର ଚନାବେଡା ଗ୍ରାମ ଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା ମାଁ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଯାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗତମାସ ୮ ତାରିଖ ଦିନ ସ୍ଥାନାନ୍ତର ହୋଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଡାକ୍ତରଖାନାର ଶୁଭ ଉଦ୍‍ଘାଟନ କରିଥିଲେ। ସେହି ଦିନ ଠାରୁ ସହରର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଖାଲି ପଡିଛି। ଅନ୍ୟପକ୍ଷରେ ସହର ଠାରୁ ନୂତନ ଡାକ୍ତରଖାନା ହାରାହାରି ୪ କିଲୋମିଟର ଦୂରରେ ରହିଥିବା ବେଳେ ଏହି ଖାଲି ପଡିଥିବା ଡାକ୍ତରଖାନାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କଲେ ଲୋକେ ଉପକୃତ ହେବେ ବୋଲି ଜଣାପଡିଛି। ଏହି ପୁରୁଣା ଡାକ୍ତରଖାନାକୁ ଅତିଶିଘ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବୀ ଜଣାଇଛନ୍ତି। ଜିଲା ପ୍ରଶାସନ ସହ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଖଡିଆଳ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories