www.samajalive.in
Thursday, December 11, 2025
15.1 C
Bhubaneswar

୨୫ ସ୍କୁଲରୁ ଜଣଙ୍କୁ ଦରମା ପ୍ରସଙ୍ଗ – ଶିକ୍ଷୟିତ୍ରୀ ଅନାମିକା ଶୁକ୍ଲା ଗିରଫ

ସମାଜ ପୋର୍ଟାଲ ଡେସ୍କ: ସାରା ଦେଶରେ ବେକାରୀ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶର ଜଣେ ଶିକ୍ଷୟିତ୍ରୀ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୨୫ଟି ବିଦ୍ୟାଳୟରେ ଏକ ସଂଗରେ ଶିକ୍ଷକତା କରି ବର୍ଷକ ମଧ୍ୟରେ ବେତନ ବାବଦକୁ ୧ କୋଟିରୁ ଅଧିକ ଟଙ୍କା ଦରମା ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଅନାମିକା ଶୁକ୍ଲାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ଅନାମିକା ୧୩ ମାସରେ ୨୫ଟି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ଏବଂ ସେ ସମସ୍ତ ବିଦ୍ୟାଳୟରୁ ବେତନ ଗ୍ରହଣ କରିଛନ୍ତି। ସେଠାକାର ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀ ଅନାମିକା ଶୁକ୍ଲାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ ସେ ଜାଲ୍ ଡକ୍ୟୁମେଣ୍ଟ୍ ମାଧ୍ୟମରେ ଚାକିରି କରିଥିଲେ। ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଞ୍ଚଳ ଏସପି ଅତୁଲ ଶର୍ମା କହିଛନ୍ତି। କାଶଗଞ୍ଜ ଶିକ୍ଷା ଅଧିକାରୀ ଅଞ୍ଜଳି ଅଗ୍ରୱାଲ କହିଛନ୍ତି ଯେ ସେହି ଶିକ୍ଷୟିତ୍ରୀଙ୍କ ନାମ ଏକାଧିକ ପୋଷ୍ଟିଂ ପାଇଁ ତାଲିକାଭୁକ୍ତ ହୋଇଥିବା ଜଣାପଡିବା ପରେ ତାଙ୍କ ପାଖକୁ ନୋଟିସ ପଠାଯାଇଥିଲା। ପରେ ସେ ତାଙ୍କ ଇସ୍ତଫା ଦାଖଲ କରିବାକୁ ଆସିଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଛି।

- Advertisement -

ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ସତୀଶ ଦ୍ୱିବେଦୀ କହିଛନ୍ତି ଯେ ଗଣମାଧ୍ୟମରୁ ସରକାର ଏହି ମାମଲା ବିଷୟରେ ଜାଣିବାକୁ ପାଇଛନ୍ତି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ୨୫ଟି ସ୍ଥାନରେ ଜଣେ ଶିକ୍ଷକ ପୋଷ୍ଟିଂ କାରାଯିବା ଘଟଣା ସରକାରଙ୍କୁ ଜଣାପଡିଛି। ଏହା ଜଣାପଡିଛି ଯେ ଅନାମିକା ଶୁକ୍ଲାଙ୍କ ରେକର୍ଡ ବ୍ୟବହାର କରି ବାଗପାଟ, ଆଲିଗଡ, ଆମେଥୀ, ସାହାରନପୁର ଏବଂ ଆମ୍ବେଦକର ନାଗରରେ ପୋଷ୍ଟିଂ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories