www.samajalive.in
Monday, December 8, 2025
24.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ

ଆରଡି : ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇ ଥିବାରୁ ଚଳିତବର୍ଷ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି। ଦେବସ୍ନାନ ନୀତି ନିମନ୍ତେ ଭୋର ୪ଟାରେ ଦ୍ୱାରଫିଟା ହେବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଆଦି ସମସ୍ତ ସକାଳ ନୀତିକାନ୍ତି ପୂର୍ବାହ୍ଣ ୧୧ଟା ସୁଧା ସରିବା ପରେ ଦେବସ୍ନାନ ନୀତିକାନ୍ତି ପାଇଁ  ସୀମିତ ସେବାୟତ ମାକ୍ସ ପରିଧ୍ୟାନ କରି ଘଣ୍ଟା,  ଛତ୍ର,  ଆଲଟ,  ଚାମର ସହ ୫୧ଗୋଟି ଜଳକଳସ ମନ୍ଦିର ନକଟସ୍ଥ ଶିବଗଙ୍ଗା ପୁଷ୍କରିଣୀରୁ ଆଣିବା ପରେ ମନ୍ଦିର ଭିତର ବେଢାରେ ଅଗୁର, ଚନ୍ଦନ, କର୍ପୁର ଆଦିରେ ସୁବାଷିତ କରାଯାଇ ମଣିବାବାଙ୍କୁ ମହାସ୍ନାନ କରାଯାଇଥିଲା। ପରେ ମନ୍ଦିର ଶୋଧନ କରାଯାଇ ମଣିବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯିବା ସହିତ ବଡନୀତି ଭୋଗ ଲାଗି କରାଯାଇଥିଲା। ଅପରାହ୍ନ ୪ଟାରେ ବଡସିଂହାର ବେଶ, ସଂଧ୍ୟାରେ ଷୋଡଶ ଉପଚାର ପୂଜା ଆଦି ସମ୍ପନ କରାଯାଇଥିଲା। ସେହିପରି ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂତ୍ତୀଙ୍କୁ ଧାଡି ପହଣ୍ଡି କରାଯାଇ ଦେବ ସ୍ନାନ ନୀତି ସହ ଗଜାନନ ବେଶରେ ସଜ୍ଜିତ କରାଯାଇଥିବା ବେଳେ, ଭୂଇଁପୁର ଜଗନାଥ ମନ୍ଦିର, ଓଳଗମଠରେ ପତିତପାବନ ମନ୍ଦିରରେ ରୀତିନୀତି ଅନୁଯାୟୀ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories