www.samajalive.in
Monday, December 8, 2025
24.1 C
Bhubaneswar

ଫୋବର୍ସ ତାଲିକାରେ ଅକ୍ଷୟ କୁମାର: ବଲିଉଡ଼ର ସର୍ବାଧିକ ଆୟ କରୁଥିବା କଳାକାର

ମୁମ୍ବାଇ: ବିଶ୍ବର ସବୁଠୁ ଧନୀ ସେଲିବ୍ରିଟି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ଼୍ ତାରକା ତଥା ସୁପରଷ୍ଟାର ଅକ୍ଷୟ କୁମାର ।ସେ ବାର୍ଷିକ ୩.୬୬ ବିଲିୟନ୍ ରୋଜଗାର କରୁଛନ୍ତି। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ହେଉଛି ୩୬୬.୯୧ କୋଟି ଟଙ୍କା । ଫୋବର୍ସର ଏହି ରିପୋର୍ଟ ପୁଣିଥରେ ଅକ୍ଷୟ କୁମାରଙ୍କୁ ଚର୍ଚିତ କରିଛି । ନିକଟରେ ସେ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ପିଏମ୍ କେୟାର୍ସକୁ ୨୫ କୋଟି ଟଙ୍କା ସହାୟତା ଦେଇ ଦେଶବ୍ୟାପୀ ଚର୍ଚାରେ ରହିଥିଲେ।

ଆମେରିକାର ଲୋକପ୍ରିୟ ବିଜ୍‌ନେସ୍‌ ମ୍ୟାଗାଜିନ୍‌ ‘ଫୋବର୍ସ’ ପକ୍ଷରୁ ଚଳିତ ବର୍ଷ କେଉଁ ସେଲିବ୍ରିଟିଙ୍କ ସବୁଠୁ ଅଧିକ ବାର୍ଷିକ ରୋଜଗାର ରହିଛି ତାହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ରିପୋର୍ଟରେ ଚଳିତ ବର୍ଷ ଭାରତୀୟ ମୁଦ୍ରାରେ ୩,୬୬,୯୧,୪୬,୨୫୦ଟଙ୍କା ରୋଜଗାର କରିଛନ୍ତି ବୋଲି କୁହାଯାଇଛି।
ବିଶ୍ବର ୫୨ଜଣ ସବୁଠୁ ଧନୀ ସେଲିବ୍ରିଟିଙ୍କୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ୩,୬୬,୯୧,୪୬,୨୫୦ଟଙ୍କା କିମ୍ବା ୩.୬୬ବିଲିୟନ୍‌ ରୋଜଗାର କରିଥିବା ଜଣାପଡ଼ିଥିଲା। ଆମେରିକାର ୱିଲ୍‌ ସ୍ମିଥ୍, ଲେଡି ଗଗା, କ୍ୟାଯି ପେରି ଓ ରିହାନା ଟ୍ରେଲିଂଙ୍କ ପଛରେ ପକାଇ ଅକ୍ଷୟ କୁମାର ବିଗତ ୩୩ବର୍ଷର ରେକର୍ଡକୁ ଭାଙ୍ଗିଛନ୍ତି। ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ୧୦ଗୁଣା ଅଧିକ ରୋଜଗାର କରିଛନ୍ତି ବୋଲି ଫୋବର୍ସ ରିପୋର୍ଟରେ ପ୍ରକାଶ କରାଯାଇଛି। ଆମେରିକୀୟ ଗଣମାଧ୍ୟମ ବ୍ୟକ୍ତିତ୍ବ ତଥା ମୋଡେଲ୍‌ କିଲୈ ଜେନର୍‌ ଫୋବର୍ସ ବିଜ୍‌ନେସ୍‌ ମ୍ୟାଗାଜିନ୍‌ ପାଇଁ ବିଶ୍ବର ଶ୍ରେଷ୍ଠ ବାର୍ଷିକ ରୋଜଗାର ତାଲିକା ପ୍ରସ୍ତୁତ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories