www.samajalive.in
Saturday, December 13, 2025
15.1 C
Bhubaneswar

ଆସନ୍ତାକାଲିଠାରୁ ୧୧ ଜିଲ୍ଲାରେ ୨ଦିନ ପାଇଁ ସଟଡାଉନ୍

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ୨ ଦିନ ପାଇଁ ସଟଡାଉନ୍ ଲାଗୁ ହେବ। ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ  ଜୁନ୍‍ ମାସର ପ୍ରତି ଶନିବାର ଓ ରବିବାର ୨ ଦିନ ପାଇଁ  ପାଇଁ ସଟଡାଉନ୍‍ ଲାଗୁ ହେବ।

ତେବେ ସରକାର ସଟଡାଉନ୍‍ କଟକଣାରେ ଆଂଶିକ ପରିବର୍ତ୍ତନ କରିଛନ୍ତି । ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସଟଡାଉନ୍‍ କଟକଣାରୁ କିଛି କାର୍ଯ୍ୟକଳାପକୁ ବାଦ ଦିଆଯାଇଛି।
-ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରି ପାରିବେ।

-ଏଟିଏମ୍‍, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କ୍ଲିଅରିଙ୍ଗ୍‍ ହାଉସ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ। 
-ବିମାନ ବନ୍ଦର, ରେଳ ଷ୍ଟେସନ୍‍, ବସ୍‍ ଟର୍ମିନାଲରେ ବସ୍ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଯାତାୟାତ ଏବଂ କାର୍ଯ୍ୟକଳାପକୁ ସଟଡାଉନ୍‍ରୁ ବାଦ ଦିଆଯିବ।

-ରୋସ୍ତୋରାଁ,  ଜୋମାଟୋ ଏବଂ ସ୍ୱିଗି ଆଦି ସଂସ୍ଥା ଦ୍ୱାରା ଘରେ ଖାଦ୍ୟ ଡେଲିଭରି କାମ ଚାଲୁ ରହିବ। 
-ସକାଳ ୫ ଟାରୁ ସକାଳ ୮ ଟା ମଧ୍ୟରେ ଖବରକାଗଜ ହକର ମାନେ କାଗଜ ବିତରଣ କରିବେ। 
-ଏଲ୍‍ପିଜି ବିତରକ, ରନ୍ଧନ ଗ୍ୟାସ୍‍ର ହୋମ୍‍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳକୁ ସଟଡାଉନ୍‍ରୁ ବାଦ ଦିଆଯାଇଛି।

ଅନ୍ୟପକ୍ଷରେ  ସଟ୍ ଡ଼ାଉନରେ ମୋ’ ବସ୍ ଗଡ଼ିବ ନାହିଁ। ଶନିବାର ଓ ରବିବାର ଦ୍ଵୈତନଗରୀରେ ମୋ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories