www.samajalive.in
Sunday, December 14, 2025
26.1 C
Bhubaneswar

ବାଲି ଚୋରା ଚାଲାଣ ରାକେଟର ପର୍ଦାଫାସ : ୭ ହାଇୱା ଜବତ,୯ ଗିରଫ

ବଲାଣି : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ମ୍ୟାଜିକ ପେନ ସାହାଯ୍ୟରେ ଟ୍ରାଞ୍ଜିଟ ପାସ୍ କୁ ଚଞ୍ଚକତା କରି ବାଲି ଘାଟରୁ ଅନ୍ୟ ରାଜ୍ୟ ସମେତ ବିଭିନ୍ନ ସ୍ଥାନକୁ ବାଲି ଚୋରା ଚାଲାଣ କରୁଥିବା ବାଲି ଖଣି ରାକେଟର ପର୍ଦାଫାସ କରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ । ଏହା ସହିତ ବଡ଼ବିଲ ପୋଲିସ ୭ଟି ବାଲି ବୋଝେଇ ହାଇୱା ଗାଡିକୁ ଜବତ କରିବା ସହିତ ବାଲି ଘାଟ ମାଲିକ ସମେତ ୯ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

Samajalive.in

ସୂଚନାନୁସାରେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ତହସିଲ ଅନ୍ତର୍ଗତ ନରେନ୍ଦ୍ର ବାଲି ଘାଟରୁ ମ୍ୟାଜିକ ପେନ ସାହାଯ୍ୟରେ ଟ୍ରାଞ୍ଜିଟ ପାସ୍ କୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ କରୁଥିବା ବେଳେ ବଡ଼ବିଲ ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବଡ଼ବିଲ ଏସଡିପିଓ ସତ୍ୟବିକାଶ ଭୂୟାଁଙ୍କ ନେତୃତ୍ୱରେ ବଡ଼ବିଲ ଥାନା ଅନ୍ତର୍ଗତ କିରିବୁରୁ ଛକ ନିକଟରେ ଆତର୍କିତ ଚଢ଼ାଉ କରି ୯ ଟି ବାଲି ବୋଝେଇ ହାଇୱା ଗାଡିକୁ ଜବତ କରିବା ସହିତ ବାଲି ଘାଟ ମାଲିକ ରାଜମୁଣ୍ଡା ଗ୍ରାମର ମାଧବ ଚନ୍ଦ୍ର ମାଝୀ , ମ୍ୟାନେଜର ନରେନ୍ଦ୍ର ଗ୍ରାମର ଧର୍ମପଦ ସାହୁ ସମେତ ଝାଡ଼ଖଣ୍ଡ ରାଜ୍ୟ ଚାଇବାସା ଅଞ୍ଚଳର ଆନନ୍ଦ ଦାସ, ଗୁଆ ଅଞ୍ଚଳର ଖୁଡା ଚାମ୍ପିଆ, ବଡ଼ବିଲ ଅଞ୍ଚଳର ବିଶାଳ ବୋବଙ୍ଗା, ଧବୀ ହଣ୍ଟି ଅଂଚଳର ଲାଲଟୁ ମହାନ୍ତ, ଗାଢ଼ା ହଣ୍ଟି ଅଞ୍ଚଳର ଅଜିତ ଟୁଟି, ମହାବୀର ଦାସ ଓ ଭାଗିରଥି ଟୁଟି କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories