www.samajalive.in
Friday, December 12, 2025
17.1 C
Bhubaneswar

୮ରୁ ଲଘୁଚାପ, ୧୦ରୁ ପ୍ରବଳ ବର୍ଷା

ଭୁବନେଶ୍ବର : ଆସନ୍ତା ୮ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୦ରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚ.ଆର.ବିଶ୍ବାସ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରବେଶ ପାଇଁ ଲଘୁଚାପ ଅନୁକୂଳ ପରିବେଶ ସୃଷ୍ଟି କରିବାର ସମ୍ଭାବନା ରହିଛି। ରଜ ସୁଦ୍ଧା ମୌସୁମି ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରର ମ୍ୟଁାମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ ଦିଗରେ ଗତି କରିବା ସହିତ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଆଡ଼କୁ ମୁହଁାଇବ। ଏହା ୧୦ତାରିଖରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୧୧ରେ ଦକ୍ଷିଣ ଓଡ଼ିଶା ଏବଂ ୧୨ ଓ ୧୩ରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ମଧ୍ୟ ପ୍ରବଳ ବର୍ଷା ହେବ। ବି​‌େ​‌ଶଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ରେ ଅଧିକ ବର୍ଷା ହେବ। ଅନୁମାନ କରାଯାଉଛି ଲଘୁଚାପ ବର୍ଷା ଫଳରେ ଆସନ୍ତା ୧୨ରେ ଓଡ଼ିଶାରେ ମୌସୁମି ପ୍ରବେଶ କରିପାରେ। ଏହାଛଡ଼ା ଆସନ୍ତା ୧୨ ତାରିଖ ସୁଦ୍ଧା ମହାରାଷ୍ଟ୍ର ନିକଟରେ ଆରବ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ ପ୍ରଭାବ ପକାଇବ। ବଙ୍ଗୋପସାଗର ଲଘୁଚାପ ଏହାଦ୍ବାରା କେତେଦୂର ଘନୀଭୂତ ହେବ ଏବଂ ଏହାର ପ୍ରକୋପ କିପରି ରହିବ ତାହା ଆସନ୍ତା ୮ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ସେ ଆକଳନ କରିଛନ୍ତି।
ଏବେ ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟାରେ ଉପକୂଳ ଓଡ଼ିଶାରୁ ଆରମ୍ଭ କରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, କୋରାପୁଟ, କାଲକାନଗିରିରେ ବର୍ଷାର ସମ୍ଭାବନା ରହିଛି। ୬ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତିରେ ମଧ୍ୟମ ଧରଣର ବର୍ଷା ହେବ। ଦକ୍ଷିଣ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷା ହୋଇପାରେ। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସୂଚନା ମିଳିଛି। ଆସନ୍ତା ୭ ଓ ୮ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବି​‌େ​ଶଷ କରି ଉପକୂଳ ଓଡ଼ିଶା ସମେତ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରେ ବଜ୍ରପାତ ସହିତ କେତେକ ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିପାରେ।
ଗତ ଦୁଇ ଦିନ ଧରି ପାଗରେ ପରିବର୍ତ୍ତନ ଘଟିଛି। ପ୍ରଚଣ୍ଡ ତାତି ଲାଗିରହିଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ଗୁରୁବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ତଳେ ରହିଛି। ବାରିପଦାରେ ଆଜି ପ୍ରବଳ ବର୍ଷା ହୋଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories