www.samajalive.in
Thursday, December 11, 2025
15.1 C
Bhubaneswar

ଦୁଷ୍କର୍ମ ଅଭିଯୋଗରେ ଆଇଏଏସ୍ ଅଧିକାରୀ ନିଲମ୍ବିତ; ନିଲମ୍ବନ ଆଦେଶ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର: ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଘଟଣାଟି ଘଟିଛି ଛତିଶଗଡ଼ରେ । ଝାଞ୍ଜଗିରି-ଚମ୍ପା ଜିଲାର ଜଣେ ୩୩ ବର୍ଷର ମହିଳାଙ୍କୁ ଜନୈିକ ଆଇଏଏସ୍ ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ଘଟଣାର ତଦନ୍ତ ନିମନ୍ତେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ନିମନ୍ତେ ନିର୍ଦେଶ ଦେଇଛନ୍ତି ।

ଗତମାସରେ ଝାଞ୍ଜଗିରି-ଚମ୍ପା ଜିଲାପାଳ ଜନକ ପ୍ରସାଦ ପାଠକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଶ୍ରୀ ପ୍ରସାଦ୍କୁ ଜିଲାପାଳ ପଦରୁ ଜମିଜମା ରେକର୍ଡ଼ ବିଭାଗର ନିର୍ଦେଶକ ରୂପେ ଗତ ୨୬ ତାରିଖରେ ବଦଳି କରାଯାଇଥିଲା ।

- Advertisement -

ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଆଇଏଏସ୍ ଅଧିକାରୀ ଜନକ ପ୍ରସାଦ ପାଠକଙ୍କୁ ନିଲମ୍ବିତ କରିଛନ୍ତି ଏବଂ ତାଙ୍କ ବିରୋଧରେ ତଦନ୍ତ ନିମନ୍ତେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ମୁଖ୍ୟ ସଚିବ ଆର୍.ପି.ମଣ୍ଡଳଙ୍କୁ ନିର୍ଦେଶ ଦେଇଛନ୍ତି ।

ଚମ୍ପା ପୁଲିସ ଅଧୀକ୍ଷକ ପାରୁଲ ମାଥୁରଙ୍କ ନିକଟରେ ଏ ସମ୍ପର୍କରେ ପୀଡ଼ିତା ଅଭିଯୋଗ କରିଥିଲେ । ନିଜ ଅଭିଯୋଗରେ ମହିଳାଜଣକ ତତ୍କାଳୀନ ଜିଲାପାଳ ଶ୍ରୀ ପାଠକ୍ ତାଙ୍କୁ  କାର୍ଯ୍ୟାଳୟ ପରିସରରେ ଯୌନ ଶୋଷଣ କରିଥିଲେ । ତାଙ୍କ ସ୍ବାମୀଙ୍କୁ ବରଖାସ୍ତ କରିବାକୁ ଧମକ ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଏପରିକି  ବିଭିନ୍ନ ସମୟରେ ତାଙ୍କୁ ମୋବାଇଲରେ ଅଶ୍ଲୀଳ ମେସେଜ ପଠାଉଥିବା ସେ ଅଭିଯୋଗ କରିବା ସହ ଏହାର ସ୍କ୍ରିନସଟ୍ ପୁଲିସକୁ ଦେଇଥିଲେ ।

ଆଇଏଏସ୍ ଅଧିକାରୀ ଶ୍ରୀ ପାଠକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (ବଳାତ୍କାର), ୫୦୬ (ଅପରାଧିକ କାର୍ଯ୍ୟକଳାପ) ଓ ୫୦୯-ଖ ( ଜଣେ ମହିଳାଙ୍କ ସମ୍ମାନହାନୀ କରିବା ପରି କାର୍ଯ୍ୟ ଓ ଶବ୍ଦ ପ୍ରୟୋଗ କରିବା) ଧାରାରେ ମାମଲା ରୁଜୁ କରିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories