www.samajalive.in
Thursday, December 11, 2025
15.1 C
Bhubaneswar

ମହିଳା ସଫେଇ କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

ବଡ଼ସାହି : ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି)ରେ ସଫେଇ କାର୍ଯ୍ୟ କରି ଅସୁସ୍ଥତା ପାଇଁ ଘରେ ଥିବା ଜଣେ ମହିଳାଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ମୟୁଭଞ୍ଜ ଜିଲା, ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗ୍ରାମର ସିଙ୍ଗରାୟ ବିନ୍ଧାଣୀଙ୍କ ପତ୍ନୀ ସରସ୍ୱତୀ(୫୭)। ସେ ଗାଁ ହାଇସ୍କୁଲରେ ହୋଇଥିବା ଟିଏମସିରେ ୨୦ଦିନ ଧରି ସଫେଇ କାର୍ଯ୍ୟ କରୁଥିଲେ। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବା ପାଇଁ ସଫେଇ ସମୟରେ ସରସ୍ୱତୀ ଗୋଡ଼ରୁ ପାଦ ପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ ପ୍ରଦତ୍ତ ଏକ ସ୍ୱତନ୍ତ୍ର ଜୋତା ବ୍ୟବହାର କରୁଥିଲେ। ତେବେ ୨୯ତାରିଖରେ ଗୋଡ଼ ଦୁଇଟି ଫୁଲି ଅସୁସ୍ଥ ଅନୁଭବ କରିବାରୁ କାର୍ଯ୍ୟସ୍ଥାନରେ ନିଜ ଝିଅକୁ ପ୍ରତିବଦଳରେ ରଖାଇ ସେ ଘରେ ବିଶ୍ରାମ ନେଇଥିଲେ। ବୁଧବାର ଗ୍ରାମରେ ସ୍ୱାଭାବିକ ବୁଲାବୁଲି କରିଥିଲେ ହେଁ, ସନ୍ଧ୍ୟା ବେଳକୁ ଛାତି ବଥା ପରେ ମୁଣ୍ଡ ବୁଲାଇଦେବାରୁ ଘର ବାରଣ୍ଡାରେ ଅସୁସ୍ଥ ହୋଇ ପଡ଼ିଥିଲେ। ପାଟିରୁ ଫେଣ ସ୍ରାବ ହୋଇଥିଲା। ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଅସୁସ୍ଥ ରୋଗୀଙ୍କ ବିଷୟରେ ଜାଣି ଡ଼ାକ୍ତରଖାନାକୁ ନେବା ପାଇଁ ଅରାଜି ହେବାରୁ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ବଡ଼ସାହି ଡ଼ାକ୍ତରଖାନାରେ ନିୟୋଜିତ କୋଭିଡ଼-୧୯ର ସ୍ୱତନ୍ତ୍ର ଟିମ୍‍ ସରସ୍ୱତୀଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବଡ଼ସାହି ଡ଼ାକ୍ତରଖାନା ପରେ ବାରିପଦା ମେଡ଼ିକାଲ ଓ କଲେଜକୁ ନେଇଥିଲେ। ମାତ୍ର ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ସରସ୍ୱତୀଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଡ଼ାକ୍ତର ଅନୁମାନ କରିଛନ୍ତି। ଅନ୍ୟପକ୍ଷରେ ସେ କାର୍ଯ୍ୟ କରୁଥିବା ଟିଏମସିରେ ପ୍ରବାସୀ ମାନେ ରହୁଥିଲେ।

ଯଦିଓ ସେଠାରେ କେହି କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ତଥାପି ମୃତାଙ୍କର ରକ୍ତ ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ମୃତାଙ୍କ ସ୍ୱାମୀ ଜଣେ ଭିନ୍ନକ୍ଷମ ତଥା ଗରିବ ହୋଇଥିବାରୁ ଶୁକ୍ରବାର ଶବ ବ୍ୟବଛେଦ ପରେ ସମାଜସେବୀ ଜ୍ଞାନରଞ୍ଜନ ଦାଶଙ୍କ ସହଯୋଗରେ ମୃତ ଦେହକୁ ଗ୍ରାମକୁ ଅଣାଯାଉଛି। ବିଡ଼ିଓ ଦିଲ୍ଲିପ କୁମାର ମହାରଣା ଘଟଣା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ରେଡ଼କ୍ରସ ପାଣ୍ଠିରୁ ମୃତ ମହିଳାଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ଯୋଗାଇବା ପ୍ରତିଶୃତି ପ୍ରଦାନ କରିଛନ୍ତି। ବଡ଼ସାହି ପୁଲିସ୍‍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରକ୍ତ ସ୍ୱାବ ନମୁନା ପରୀକ୍ଷା ଓ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories