www.samajalive.in
Saturday, December 13, 2025
17.1 C
Bhubaneswar

ଦେଶରେ ସୁସ୍ଥ ହେଲେଣି ୪୮.୦୭% କରୋନା ସଂକ୍ରମିତ; ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ହେଲାଣି । ବିଶ୍ଵ ତାଲିକାରେ ସଂକ୍ରମଣ ମାମଲାରେ ଭାରତ ୭ମ ସ୍ଥାନରେ ରହିଛି । ସକ୍ରିୟ ସଂକ୍ରମିତଙ୍କ ତାଲିକାରେ ସାରା ପୃଥିବୀରେ ଭାରତ ୪ର୍ଥ । ଏହା ସତ୍ବେ ଏହା ଆଦୌ ଚିନ୍ତାର କାରଣ ନୁହେଁ ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏପରି ବିଶ୍ଲେଷଣ ଠିକ୍ ନୁହେଁ ଓ ଦେଶରେ ମୃତ୍ୟୁହାର ପୃଥିବୀରେ ସବୁଠୁ କମ୍ ଓ ସୁସ୍ଥ ହାର ୪୮.୦୭ରେ ପହଞ୍ଚିଛି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ମୃତ୍ୟୁହାର ଏପ୍ରିଲ୍ ମାସରେ ୩.୧୫% ରହିଥିବାବେଳେ ଏବେ ତାହା ୨.୮୨%କୁ ହ୍ରାସ ପାଇଛି । ଏହା ସାରା ପୃଥିବୀରେ ସବୁଠାରୁ କମ୍ ଅନୁପାତ । କିଛି ଦେଶରେ ମୃତ୍ୟୁ ହାର ପାଖାପାଖି ୧୯% ରହିଛି । ଅନୁପାତକୁ ଦେଖିଲେ ଭାରତର ଜନସଂଖ୍ୟା ସହ ପୃଥିବୀର ୧୪ ଦେଶର ଜନସଂଖ୍ୟା ସହ ସମାନ ଏବଂ ସେହି ଦେଶଗୁଡ଼ିକରେ ସଂକ୍ରମଣକୁ ଦେଖିଲେ ୫୫ ମୃତ୍ୟୁ ଘଟିଛି । ତେବେ ସମସ୍ତ ମୃତକଙ୍କ କ୍ଷେତ୍ରରେ କରୋନା ମୃତ୍ୟୁ ବୋଲି କୁହାଯାଇ ପାରିବ ନାହିଁ । ବୃଦ୍ଧ ଲୋକମାନଙ୍କ ପାଇଁ କରୋନା ବିପଦ ଅଧିକ ରହିଛି । ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା ସର୍ବାଧିକବିପଦ ସୃଷ୍ଟି କରିଥାଏ । ପ୍ରାୟ ୭୫% ମୃତ୍ୟୁ କ୍ଷେତ୍ରରେ କରୋନା ଭିନ୍ନ ଅନ୍ୟ ରୋଗ ହିଁ ଦାୟୀ ବୋଲି ସେ କହିଛନ୍ତି ।

ଜୁନ୍ ୨ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତ, ସୁସ୍ଥ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା-

ରାଜ୍ୟ ସଂକ୍ରମିତ ସୁସ୍ଥ ମୃତ
ମହାରାଷ୍ଟ୍ର ୬୭୬୫୫ ୨୯୨୩୯ ୨୨୮୬
ଗୁଜୁରାଟ ୧୬୭୭୯ ୯୯୧୯ ୧୦୩୮
ତାମିଲନାଡୁ ୨୨୩୩୩ ୧୨୭୫୭ ୧୭୩
ଦିଲ୍ଲୀ ୧୯୮୪୪ ୮୪୭୮ ୪୭୩
ରାଜସ୍ଥାନ ୮୮୩୧ ୫୯୨୭ ୧୯୪
ମଧ୍ୟପ୍ରଦେଶ ୮୦୮୯ ୪୮୪୨ ୩୫୦
ଉତ୍ତରପ୍ରଦେଶ ୭୮୨୩ ୪୭୦୯ ୨୧୩
ଆନ୍ଧ୍ରପ୍ରଦେଶ ୩୬୭୯ ୨୩୪୯ ୬୨
ପଶ୍ଚିମବଙ୍ଗ ୫୫୦୧ ୨୧୫୭ ୩୧୭
ପଞ୍ଜାବ ୨୨୬୩ ୧୯୮୭ ୪୫
ତେଲଙ୍ଗାନା ୨୬୯୮ ୧୪୨୮ ୮୨
ଆଣ୍ଡାମାନ- ନିକୋବର ୩୩ ୩୩
ଅରୁଣାଚଳ ପ୍ରଦେଶ
ଆସାମ ୧୨୭୨ ୧୮୫
ବିହାରରେ ୩୮୧୫ ୧୭୧୦ ୨୧
ଚଣ୍ଡିଗଡ଼ ୨୯୩ ୧୯୯ ୦୪
ଛତିଶଗଡ଼ ୪୯୮ ୧୧୫ ୦୧
ଗୋଆ ୭୦ ୪୨
ହରିୟାଣା ୨୦୯୧ ୧୦୪୮ ୨୦
ହିମାଚଳ ପ୍ରଦେଶ ୩୩୧ ୧୨୦
ଜାମ୍ମୁ କାଶ୍ମୀର ୨୪୪୬ ୯୨୭ ୨୮
ଝାଡଖଣ୍ଡ ୬୧୦ ୨୫୬ ୦୫
କର୍ଣ୍ଣାଟକ ୩୨୨୧ ୧୨୧୮ ୫୧
କେରଳ ୧୨୬୯ ୫୯୦ ୦୯
ମଣିପୁର ୭୧ ୧୧ ୦୦
ଲଦାଖ ୭୪ ୪୩ ୦୦
ଉତ୍ତରାଖଣ୍ଡ ୯୦୭ ୧୦୨ ୦୫
ମେଘାଳୟ ୨୭ ୧୨ ୦୧
ଓଡିଶା ୨୧୦୪ ୧୧୨୬ ୦୭
ପୁଡୁଚେରୀ ୭୦ ୨୫ ୦୦
ଉତ୍ତରାଖଣ୍ଡ ୯୦୭ ୧୦୨ ୦୫
ତ୍ରିପୁରା ୩୧୩ ୧୭୩ ୦୦
ମିଜୋରାମ
ଦାଦ୍ରା ଏବଂ ନଗର ହାବେଳି

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories