www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଭାବେ ଗଜେନ୍ଦ୍ର ମହାପାତ୍ରଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ସଦସ୍ୟ ଭାବେ ଗଜେନ୍ଦ୍ର ମହାପାତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥ ଶୈଳଶ୍ରୀ ବିହାରସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗର ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଗଜେନ୍ଦ୍ର ମହାପାତ୍ରଙ୍କୁ ଆୟୋଗର ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପୂର୍ବରୁ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଗଜେନ୍ଦ୍ର ମହାପାତ୍ରଙ୍କୁ ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିବା ସହ ତାଙ୍କ ନିଯୁକ୍ତିପତ୍ର ପାଠ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଆୟୋଗର ଅନ୍ୟତମ ସଦସ୍ୟ ଏସ୍‌.କେ.ପାରୀ ମଞ୍ଚାସୀନ ଥିଲେ। ଆୟୋଗର ସଚିବ ପ୍ରିୟବ୍ରତ ପଟ୍ଟନାୟକ ଓ ବିଭାଗୀୟ ଉଚ୍ଚାଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକାୟୁକ୍ତଙ୍କ ନିର୍ଦେଶକ ଅଭିଯୋଜନ ଭାବେ ଗଜେନ୍ଦ୍ର ମହାପାତ୍ର ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଗତକାଲି ଅବସର ଗ୍ରହଣ କରିଛଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories