www.samajalive.in
Friday, December 12, 2025
27.1 C
Bhubaneswar

ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ହିଂସା ଓ ଅତ୍ୟାଚାରକୁ ବରଦାସ୍ତ କରାଯିବନି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କର୍ଣ୍ଣାଟକର ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କୌଣସି ହିଂସା, ଅତ୍ୟାଚାର କିମ୍ବା ଆକ୍ରମଣକୁ କେବେ ବରଦାସ୍ତ କରାଯିବନି । ଏହି ଅବସରରେ କୋଭିଡ୍ ଲଢେଇରେ ଯୁଦ୍ଧ କରୁଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ବିନା ବର୍ଦିର ସୈନିକ କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ, କରୋନା ବିରୋଧୀ ଏହି ଲଢେଇରେ ଭାରତ ବିଜୟୀ ହେବ। କୋଭିଡ୍ ଏକ ଅଦୃଶ୍ୟ ଶତ୍ରୁ କିନ୍ତୁ ଆମର ଅପରାଜୟ ମେଡ଼ିକାଲ କର୍ମୀ ତାକୁ ମାତ୍ ଦେବେ।


କରୋନା ଭାଇରସ ମହାମାରୀ ହେତୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କହିଥିଲେ ଯଦି ବର୍ତ୍ତମାନ ମହାମାରୀ ହୋଇ ନଥାନ୍ତା, ତେବେ ମୁଁ ଏହି ବିଶେଷ ଦିନରେ ବାଙ୍ଗାଲୋରରେ ଆପଣଙ୍କ ସମସ୍ତଙ୍କ ସହ ଯୋଗ ଦେଇଥା’ନ୍ତି। ବର୍ତ୍ତମାନର ସଙ୍କଟ ସମୟରେ, ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବୈଜ୍ଞାନିକଙ୍କ ଉପରେ ସାରା ବିଶ୍ଵ ଭରସା କରିରହିଛି ।ସାରା ବିଶ୍ଵ ବର୍ତ୍ତମାନ ଆପଣାମାନଙ୍କ ଯତ୍ନ ଏବଂ ଚିକିତ୍ସା ଆବଶ୍ୟକ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

- Advertisement -


ମୋଦି ପୁଣି କହିଛନ୍ତି ଯେ, ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଆଜି ସବୁଠୁ ବଡ଼ ସଙ୍କଟ ସାମ୍ନାକୁ ଆସିଛି। ଯେପରି ବିଶ୍ଵଯୁଦ୍ଧ ପରେ ଦୁନିଆରେ ପରିବର୍ତ୍ତନ ଘଟିଥାଏ, ସେହିପରି କରୋନା ପରେ ସମ୍ପୂର୍ଣ୍ଣ ଦୁନିଆର ସ୍ଥିତି ବଦଳିଯିବ। ଦେଶର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନେଇ ୬ ବର୍ଷ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆମେ ଚାରୋଟି ସ୍ତମ୍ଭରେ କାମ କରୁଛି। ଆଜି ଆୟୁଷ୍ମାନ ଭାରତ ଯୋଜନାରେ ଦେଶରେ ଏକ କୋଟିରୁ ଅଧିକ ଲୋକ ମାଗଣା ସ୍ଵାସ୍ଥ୍ୟ ସେବାର ଲାଭ ଉଠାଇ ପାରୁଛନ୍ତି। ଦେଶରେ ବୈଶ୍ଵିକ ସ୍ତରରେ ମେଡ଼ିକାଲ ସୁବିଧା ଆରମ୍ଭ କରିବାକୁ ଆମର ଲକ୍ଷ୍ୟ ରହିଛି। ଏତଦ୍ ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories