www.samajalive.in
Monday, December 8, 2025
13.1 C
Bhubaneswar

ଅର୍ଜୁନ ପୁରସ୍କାର ଦୌଡ଼ : ଏଏଫଆଇ ଉପରେ ଦୂତିଙ୍କ ନଜର

କଟକ : ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଲାଗି ସମ୍ମାନଜନକ ଅର୍ଜୁନ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ବିଭିନ୍ନ ଖେଳାଳିଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରାଯାଉଛି । ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାମକୁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିବା ପାଇଁଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ନିକଟକୁ ପଠାଯାଇଛି । ଗତବର୍ଷ ଓଡ଼ିଶା ସରକାରଙ୍କ ପକ୍ଷରୁ ନାମ ପଠାଯିବାରେ ବିଳମ୍ବ ହେବାରୁ ଦୂତି ଅର୍ଜୁନ ପୁରସ୍କାର ଦୌଡ଼ରେ ସାମିଲ ହୋଇପାରିନଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଦୂତିଙ୍କ ନାମ ପଠାଯିବା ପରେ ନାମ ସୁପାରିସ ନେଇ ଏଏଫ୍ଆଇ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ । ଜାତୀୟ ରେକର୍ଡଧାରୀ ଧାବିକା ଦୂତି ୨୦୧୮ରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ମିଟର ଦୌଡ଼ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ୨୦୧୯ରେ ଇଟାଲୀର ନେପୋଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories