www.samajalive.in
Saturday, December 6, 2025
16.1 C
Bhubaneswar

ଜଲିଆ ହତ୍ୟା ଘଟଣା :୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ

ବେଲପଡା: ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ଜଲିଆ ଗାଁରେ ଗତ ୨୯ ତାରିଖ ଦିନ ଶିବ ମନ୍ଦିର ନିକଟରୁ ବେଲପଡା ପୁଲିସ ଏକ ଶବ ଉଦ୍ଧାର କରିଥିଲା। ଉକ୍ତ ଶବଟି ଗାଁର ଗୌର ସାହୁ (୫୦) ବୋଲି ଜଣାପଡିଥିଲା। ଏବିଷୟରେ ପରିବାର ଲୋକେ ବେଲପଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପାରିପାର୍ଶ୍ବିକ ସ୍ଥିତିରୁ ଅନୁସନନ୍ଧାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା।

ସୂଚନାଯୋଗ୍ୟ ,ଯେ ଗତ ୨୮ ତାରିଖ ସନ୍ଧ୍ୟାରେ ମକାରୁ ଭୁଏ ମଦ୍ୟପାନ କରି ଗୌରଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା। ପରେ ମକାରୁ ଗୌରଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ। ଗୌର ସାହୁ ସବୁଦିନ ପରି ରାତିରେ ନିଜ ଆମ୍ବ ବଗିଚାକୁ ଶୋଇବା ପାଇଁ ଯାଇଥାନ୍ତି।। ସେଦିନ ମଧ୍ୟ ଘରୁ ଖାଇ ସାରି ରାତ୍ର ପ୍ରାୟ ୧୦ଟା ସମୟରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ନିଜକୁ ପ୍ରସ୍ତୁତ ହୋଇ ରହିଥିବା ମକାରୁ ଭୋଇ ଏକ ଠେଙ୍ଗାରେ ଗୌରକୁ ଆତର୍କିତ ଆକ୍ରମଣ କରିଥିଲା। ମକାରୁ ଭୋଇ ଆକ୍ରମଣରେ ଗୌରର ମୁହଁ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। ପରଦିନ ଆଉ ଗୌର ଘରକୁ ଫେରିନଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ। ଏହାପରେ ୨୯ ତାରିଖ ସନ୍ଧ୍ୟା ସମୟରେ ଗୌର ସାହୁଙ୍କ ମୃତ ଦେହ ଶିବ ମନ୍ଦିର ନିକଟରେ ଥିବା ଏକ ଜମିରୁ ପୁଲିସ ଉଦ୍ଧାର କରିଥିଲା।। ପରିବାର ଲୋକ ଦେଇଥିବା ଅଭିଯୋଗ ଆଧାରରେ ପୁଲିସ ଗୌର ଓ ମକାରୁଙ୍କ ମଧ୍ୟରେ ହୋଇଥିବା ବଚସା ଉପରେ ସନ୍ଦେହ କରିଥିଲା। ଏହାପରେ ପୁଲିସ ମକାରୁ ଭୋଇଙ୍କୁ ସନ୍ଦେହ କରି ଗତକାଲି ଶନିବାର ରାତ୍ରି ସମୟରେ ତାଙ୍କ ଘରୁ ଉଠାଇ ଆଣିଥିଲା। ପୁଲିସ ମକାରୁକୁ ଜେରା କରିବାବେଳେ ସାମାନ୍ୟ ବଚସାରୁ ଜର୍ଜରିତ ହୋଇ ମୁଁ ଗୌର ସାହୁଙ୍କୁ ଠେଙ୍ଗାରେ ପିଟି ମାରିଛି ବୋଲି ଥାନାରେ ସ୍ୱିକାର କରିଛି। ମୃତ ଗୌର ସାହୁର ସ୍ତ୍ରୀ ଗହଳ ସାହୁଙ୍କ ଅଭିଯୋଗକ୍ରମେ ବେଲପଡା ପୁଲିସ ଆସାମୀ ମକାରୁ ଭୋଇଙ୍କୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ସଚ୍ଚିତାନନ୍ଦ ସୂଚନା ଦେଇଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories