www.samajalive.in
Wednesday, December 10, 2025
16.1 C
Bhubaneswar

ମହାରାଷ୍ଟ୍ରରେ ’ମିଶନ୍ ପୁଣି ଆରମ୍ଭ’, ରାଜ୍ୟରେ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍ ଡାଉନ ଅବଧି

ମୁମ୍ବଇ : କରୋନା ଜୀବାଣୁରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଜୁନ୍ ୩୦ ପର୍ଯ୍ୟନ୍ତ  ଲକ୍ ଡାଉନ ଅବଧି ବଢାଯାଇଛି । ମହାରାଷ୍ଟ୍ରର ସରକାରୀ ଅଧିକାରମାନେ ରବିବାର ବୈଠକ ପରେ କହିଛନ୍ତି ଯେ ରାଜ୍ୟରେ କରୋନା ଭାଇରସ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ ଡାଉନ ନଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।


ଅଧିକାରୀ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଏହି ଲକ୍ ଡାଉନକୁ ଜୁନ୍ ୧ ରୁ ୩୦ ପର୍ଯ୍ୟନ୍ତ ବଢାଇବା ସହ ଏହାକୁ ‘ମିଶନ୍ ପୁଣି ଆରମ୍ଭ ‘ ନାମରେ ନାମିତ କରିଛନ୍ତି। ମହାରାଷ୍ଟ୍ର ବ୍ୟତୀତ ବିହାରରେ ମଧ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନକ ୩୦ ଜୁନ୍ ପାଇଁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଆଜି ସମଗ୍ର ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନର ଶେଷ ଦିନ ଥିଲା ।

- Advertisement -

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୬୫ ହଜାର ୧୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୧୯୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ବର୍ତ୍ତମାନ ସମଗ୍ର ଦେଶରେ କରୋନା ପଜିଟିଭ ମାମଲା ୧ଲକ୍ଷ ୮୨ ହଜାର ୧୪୩ ରହିଛି । ସେଥିମଧ୍ୟରୁ ୮୯ ହଜାର ୯୯୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୫ ହଜାର ୧୬୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୮୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories