www.samajalive.in
Friday, December 12, 2025
19.1 C
Bhubaneswar

ବନ୍ଦେ ଭାରତ ମିଶନ: ୨୩୦ଟି ବିମାନ ଓ ସେନା ଜାହାଜରେ ସ୍ବଦେଶ ଆସିଛନ୍ତି ୪୦ ହଜାରରୁ ଅଧିକ ଭାରତୀୟ

ସମାଜ ପୋର୍ଟାଲ ଡେସ୍କ: ବନ୍ଦେ ଭାରତ ମିଶନ ଅଧୀନରେ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଦୂତାବାସଗୁଡିକର ମିଳିତ ସହଯୋଗରେ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଚେଷ୍ଟା ଯୋଗୁ ୨୩୦ରୁ ଅଧିକ ବିମାନ ଏବଂ ନୌସେନା ଜାହାଜରେ ୪୦ ହଜାରରୁ ଅଧିକ ଭାରତୀୟ ଭାରତ ଫେରିଛନ୍ତି। ଏହା ବ୍ୟତୀତ ୧୫୪ରୁ ଅଧିକ ଦେଶକୁ କରୋନା ସମ୍ବନ୍ଧୀୟ ଚିକିତ୍ସା ସାମଗ୍ରୀ ପଠାଯିବ ସହ ସାରା ବିଶ୍ୱରେ ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି।

କରୋନା ମହାମାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍କ ନେତାମାନଙ୍କ ସହ ଭିଡିଓ କନଫରେନ୍ସ କରିଥିଲେ ଯାହା ଫଳରେ କୋଭିଡ-୧୯ ଜରୁରୀକାଳୀନ ପାଣ୍ଠି ସୃଷ୍ଟି ହୋଇଥିଲା। ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ କରୋନା ଭାଇରସ୍ ମୁକାବିଲା ଏବଂ ମହାମାରୀ ପରବର୍ତ୍ତୀ ଆହ୍ୱାନର ମୁକାବିଲା ପାଇଁ ଏକ ଶହରୁ ଅଧିକ ଭର୍ଚୁଆଲ୍ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତର ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନ, ମାଲଦ୍ୱୀପ ଏବଂ ଶ୍ରୀଲଙ୍କା ଗସ୍ତରେ ଯାଇ ସେ ଦେଶଗୁଡିକ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

- Advertisement -

ଗତ ବର୍ଷରେ ଭୁଟାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ମିଆଁମାର ଏବଂ ମରିସସର ନେତାମାନେ ଭାରତ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ପର୍କ ‘ହାଓଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ରୁ ପ୍ରମାଣିତ ହୋଇଛି। ଅନ୍ୟ ପକ୍ଷରେ ରୁଷ ସହିତ ପ୍ରତିରକ୍ଷା ସହଯୋଗ ଏବଂ ମହାକାଶ ଭାଗିଦାରୀର ଏକ ନୂତନ ଦିଗ ସୃଷ୍ଟି ହୋଇଛି। ଶ୍ରୀ ମୋଦୀ ଗତ ସେପ୍ଟେମ୍ବରରେ ରୁଷ ଗସ୍ତ କରିଥିଲେ ଏବଂ ଏକ ବିଲିୟନ ଡଲାରର ସହାୟତା ଘୋଷଣା କରିଥିଲେ।

ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେମାନଙ୍କର ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ କରିଥିଲେ। ମିଳିତ ଜାତିସଂଘରେ ଇଣ୍ଡିଆ ୱେକୁ ପ୍ରଦର୍ଶିତ କରିବାକୁ ଯାଇ ମୋଦୀ ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତୀୟ ପ୍ରତିନିଧୀ ଦଳର ନେତୃତ୍ୱ ନେଇଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ବର୍ଷ ପୂର୍ତ୍ତି ସ୍ମୃତି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଜି-୨୦ ଶିଖର ସମ୍ମିଳନୀ, ସାଂଘାଇ ସହଯୋଗ ସଂଗଠନ, ଜି୭ ସମ୍ମିଳନୀର ଅଧିବେଶନ, ବ୍ରିକ୍ସ ସମ୍ମିଳନୀ ଏବଂ ଆସିୟାନ ସମ୍ବନ୍ଧୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଭାରତର ନେତୃତ୍ୱ ନେଇଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories