www.samajalive.in
Sunday, December 14, 2025
14.1 C
Bhubaneswar

ରବିବାର ରାଶିଫଳ (୩୧/୦୫/୨୦୨୦)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ଦେବୀ ଦର୍ଶନ ପାଇ ଖୁସି ହେବେ। ବନ୍ଧୁ ମିଳନରୁ ସୁଫଳ ମିଳିବ। ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ।

ବୃଷ: ପ୍ରଭାବ ବିସ୍ତାର କରିପାରନ୍ତି। ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ। ଧାର୍ମିକପ୍ରବର ହୋଇପାରନ୍ତି। ମହତ୍‌ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି। କୃଷି ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିପାରେ।

ମିଥୁନ: ସମ୍ମାନିତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ ଶାସ୍ତ୍ରାନୁରକ୍ତ ହେବେ।

କର୍କଟ: ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ନୀତିନିଷ୍ଠ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ନୀରୋଗ ରହିବେ। ପଶୁ ଧନାଦିଯୁକ୍ତ ହେବେ।

ସିଂହ: ସମ୍ମାନିତ ହୋଇପାରନ୍ତି। ଭଲ ଆୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଚିନ୍ତାଧାରା ମହତ୍‌ ହେବ।

କନ୍ୟା: ଶତ୍ରୁତାର ଅବସାନ ପାଇଁ ଅଧିକ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବୁଦ୍ଧି, ବିଦ୍ୟା ସହିତ ଧନ ସମ୍ପଦଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ।

ତୁଳା: ଆୟ ହେବ; ମାତ୍ର ପରିମାଣ ସ୍ବଳ୍ପ ହୋଇପାରେ। ପତ୍ନୀ ଆସନ୍ନ ପ୍ରସବା ଥିଲେ କନ୍ୟା ଜାତ ହୋଇପାରେ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ଲୋକ ସଂପର୍କ ବୃଦ୍ଧି ହେବ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳ ହେବେ।

ବିଛା: ଆୟ ପରିମାଣ ବୃଦ୍ଧି ପାଇପାରେ। ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବିଭାଗୀୟ ଅର୍ଥ ପ୍ରାପ୍ତିିିର ସୂଚନା ମିଳୁଛି। ଶାନ୍ତି, ସନ୍ତୋଷ ସବୁ କିଛି ମିଳିପାରେ।

ଧନୁ: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଚାଲୁ ରହିଥିବା କାର୍ଯ୍ୟର ସ୍ଥିତି ଅନୁକୂଳ ରହିଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ।

ମକର: ଶାରୀରିକ କ୍ଳେଶ ଉପୁଜି ପାରେ। ମାନସିକ ଅଶାନ୍ତିର ବାତାବରଣ ଦେଖା ଦେବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କୁମ୍ଭ: ସୌଜନ୍ୟତା ପ୍ରକାଶ ପାଇବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଅଧିକ ତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ବଭାବର ହୋଇପାରନ୍ତି। ଯଶ ଅର୍ଜନ କରିବେ।

ମୀନ: କର୍ତ୍ତବ୍ୟପରାୟଣ ହେବେ। ସ୍ଥିତି ଅନୁକୂଳ ରହିଛି। ରାଜଯୋଗ ଅଛି। ଶତ୍ରୁ ଦମନ କରି ନିଜର ସ୍ଥିତିକୁ ଦୃଢ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଢ଼େର ସୁନାମ ଅର୍ଜନ କରିବାରେ ସକ୍ଷମ ହେବେ। ମୁକ୍ତ ହସ୍ତରେ ଦାନ କରିପାରନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories