www.samajalive.in
Tuesday, December 9, 2025
17.1 C
Bhubaneswar

ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମା ମନୋନୀତ

ସମାଜ ପୋର୍ଟାଲ ଡେସ୍କ: କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଜି କ୍ରିକେଟର ରୋହିତ ଶର୍ମାଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ୨୦୨୦ ପାଇଁ ମନୋନୀତ କରିଛି। ସେହିପରି ବିସିସିଆଇ ଇଶାନ୍ତ ଶର୍ମା, ଶିଖର ଧୱନ ଏବଂ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରିଛି। ଆଇସିସି ଦିନିକିଆରେ କ୍ରିକେଟର ଅଫ୍ ଦି ଇୟର ଭାବେ ମନୋନୀତ ଏବଂ ଭାରତର ଉପ-ଅଧିନାୟକ ହିଟ୍ ମ୍ୟାନ୍ ରୋହିତ ଶର୍ମା ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ଟି-୨୦ରେ ଚାରିଟି ଶତକ ହାସଲ କରିଛନ୍ତି।

ବିସିସିଆଇ କହିଛି ଯେ, ରୋହିତ ଶର୍ମା ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଛୋଟ ଫର୍ମାଟ ମ୍ୟାଚରେ ଅତୁଳନୀୟ ସ୍କୋର ହାସଲ କରିଛନ୍ତି। ଖେଳ ପ୍ରତି ତାଙ୍କର ପ୍ରତିବଦ୍ଧତା, ଆଚରଣ, ସ୍ଥିରତା ଏବଂ ନେତୃତ୍ୱପୂର୍ଣ୍ଣ ଦକ୍ଷତା ପାଇଁ ସେ ସମ୍ମାନଜନକ ଖେଳ ରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ସୌରଭ କହିଛନ୍ତି ଯେ, ଇଶାନ୍ତ ଶର୍ମାଙ୍କ ଭାରତୀୟ ଦଳ ପାଇଁ ଦୀର୍ଘ ସମୟର ଅବଦାନ ଗୁରୁତ୍ୱପୂର୍ଣ୍ଣ ଅଟେ ଓ ସେଥିପାଇଁ ସେ ଅର୍ଜୁନ ପୁରସ୍କାର ପାଇଁ ହକଦାର। ସେହିପରି ଶିଖର ଧୱନଙ୍କୁ ଦ୍ରୁତତମ ସ୍କୋର ହାସଲ ଓ ଦୀପ୍ତି ଶର୍ମାଙ୍କୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ପାଇଁ ମନୋନୀତ କରାଯାଇଥିବା ବିସିସିଆଇ କହିଛି।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories