www.samajalive.in
Friday, December 12, 2025
17.1 C
Bhubaneswar

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ୱାଶିଂଟନ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସବୁ ସଂପର୍କ ଚ୍ଛିନ୍ନ କରିଛି ଆମେରିକା। ଏନେଇ ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଚୀନରୁ ଆରମ୍ଭ ହୋଇଥିବା କରୋନା ସଂପର୍କରେ ତଥ୍ୟକୁ ଲୁଚାଇବା ଏବଂ ଚୀନକୁ ତଥ୍ୟ ଲୁଚାଇବାରେ ସାହାଯ୍ୟ କରିବା ଅଭିଯୋଗରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ବିରୋଧରେ ଏଭଳି ନିଷ୍ପତ୍ତି ଆମେରିକା ନେଇଥିବା ଜଣାପଡିଛି ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନକୁ ସାହାଯ୍ୟ କରିବାକୁ ଯାଇ ସ୍ବାସ୍ଥ୍ୟ ସଂଗଠନ ଠିକ୍ ସମୟରେ କରୋନା ସଂପର୍କରେ ସୂଚନା ନଦେବାରୁ ଆଜି ଏହା ବିଶ୍ବ ମହାମାରୀର ରୂପ ନେଇଛି ଏବଂ ଆମେରିକାରେ ଏକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେହିଭଳି ଚୀନର ହଂକଂ ନୀତିର ସମାଲୋଚନା କରି ଟ୍ରମ୍ପ୍ କହିଲେ ଯେ ଏହା ଗ୍ରହଣନୀୟ ନୁହେଁ। ଚୀନର କେତେକ ନିର୍ଦିଷ୍ଟ ଲୋକଙ୍କୁ ଆମେରିକା ପ୍ରତି ବିପଦ ଦର୍ଶାଇ ସେମାନଙ୍କର ଆମେରିକା ପ୍ରବେଶ ଉପରେ ମଧ୍ୟ ସେ କଟକଣା ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ସଂପୂର୍ଣ୍ଣ ଭାବେ ଚୀନ୍‌ର ନିୟନ୍ତ୍ରଣରେ ରହିଛି । ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ବର୍ଷେ ମଧ୍ୟରେ ୪୦ ମିଲିୟନ୍ ଡଲାର ଦେଉଛି । ହେଲେ ଆମେରିକା ବର୍ଷେ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ପାଖାପାଖି ୪୫୦ ମିଲିୟନ୍ ଡଲାର ଅନୁଦାନ ଦେଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦିଆଯାଉଥିବା ଅର୍ଥ ଅନ୍ୟ ସ୍ୱାସ୍ଥ୍ୟ ସଂଗଠନ ଗୁଡିକୁ ଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।

- Advertisement -

ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସୁଧାର ଆଣିବା ପାଇଁ ଯେଉଁ ସୁପାରିଶ କରାଯାଇଥିଲା, ତାକୁ ଲାଗୁ କରାଯାଇନଥିଲା । ତେଣୁ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କରିଥିବା ଟ୍ରମ୍ପ କହିଛନ୍ତି । ଏହା ସହ ଟ୍ରମ୍ପ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଥମରୁ କରୋନା ଭାଇରସ୍‌କୁ ରୋକିବାରେ ବିଫଳ ହୋଇଛି । ସାରା ବିଶ୍ୱରେ କରୋନାରେ ହୋଇଥିବା ମୃତ୍ୟୁ ପାଇଁ ଚୀନ୍ ଓ ବିଶ୍ଵ ସ୍ବାସ୍ଥ୍ୟ ସଂଙ୍ଗଠନ ଦାୟୀ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories