www.samajalive.in
Friday, December 12, 2025
27.1 C
Bhubaneswar

ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଏହି ଗୁଳିବିନିମୟରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଭାରତୀୟ ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ଜାମ୍ମୁ କାଶ୍ମୀର ପୁଲିସ ସ୍ପଷ୍ଟ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, କୁଲଗାମ ଜିଲ୍ଲାରେ କିଛି ଆତଙ୍କାବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ଦେଇଥିଲେ । ଏହାପରେ ସେନା ଓ ପୁଲିସ ଖବର ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରିଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ । ସେନା ସେମାନଙ୍କୁ ଆତ୍ମସମର୍ପଣ ହେବାକୁ କହିଥିଲେ , କିନ୍ତୁ ସେମାନ ଶୁଣିନଥିଲେ । ଏପରିକି ଲୁଚି ରହିଥିବା ଘର ମାଲିକ ମଧ୍ୟ ତାଙ୍କୁ ଆତ୍ମସମପ୍ରଣ କରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣିନଥିଲା । ଶେଷରେ ଆତଙ୍କବାଦୀ ଓ ଭାରତୀୟ ସେନା ବାହିନୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସେନା ବାହିନୀ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଉଭୟ ଆତଙ୍କୀ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନାହିଁ । ଦୁଇଜଣ ଆତଙ୍କୀ ନିହତ ହେବା ଦ୍ୱାରା କୌଣସି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ଅନୁମାନ କରାଯାଉଛି ।

- Advertisement -

ଏହାପୂର୍ବରୁ ଗୁରୁବାର ପୁଲୱାମାର ରାଜପୋରା ଅଞ୍ଚଳରେ ଏକ ବିସ୍ଫୋରକ ବୋଝେଇ ଗାଡି ସୁରକ୍ଷାବାହିନୀ ଜବତ କରିଥିଲା । ସେହି ବିସ୍ଫୋରକ ବୋଝେଇ ଗାଡିରେ ପ୍ରାୟ ୪୫ କିଲୋ ଆଇଡି ବୋମା ରଖାଯାଇଥିଲା । ଯାହାକୁ ବୋମା ନିଷ୍କ୍ରିୟ କାରୀ ଦଳ ନିଷ୍କ୍ରିୟ କରିଥିଲେ । ଯାହାଦ୍ୱାର ୨୦୧୯ ଫେବୃଆରୀରେ ହୋଇଥିବା ପୁଲଓ୍ୱାମା ଘଟଣାର ପୁନଃରବୃତ୍ତିରୁ ରକ୍ଷା ମିଳିଥିଲା ।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories