www.samajalive.in
Monday, December 8, 2025
24.1 C
Bhubaneswar

ଲଜ୍ଜା : କରୋନା ୱାର୍ଡରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ବରିଷ୍ଠ ଡାକ୍ତର ଫେରାର

ରାଞ୍ଚି : ଝାଡଖଣ୍ଡର ରିମ୍ସ (RIMS) ହସ୍ପିଟାଲରୁ ଏକ ଲଜ୍ଜାଜନକ ଖବର ଆସିଛି। କରୋନା ୱାର୍ଡରେ କାର୍ଯ୍ୟରତ ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଜଣେ ସିନିୟର ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଡାକ୍ତର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଡାକ୍ତର ବର୍ତ୍ତମାନ ଫେରାର ହୋଇଯାଇଛି। ପୁଲିସ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ଜୁନିୟର ମହିଳା ଡାକ୍ତରଙ୍କ ଅଭିଯୋଗ ଅନୂଯାୟୀ, ଗତ ୨୭-୨୮ ତାରିଖ ରାତିରେ ସେ କରୋନା ୱାର୍ଡରେ ଡ୍ୟୁଟିରେ ଥିବା ବେଳେ ସେଠାରେ ଡ୍ୟୁଟିରେ ଥିବା ଅନ୍ୟ ଜଣେ ସିନିୟର ଡାକ୍ତର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେ ପ୍ରଥମେ ରିମ୍ସ ନିର୍ଦ୍ଦେଶକ ଡକ୍ଟର ଡି.କେ ସିଂଙ୍କୁ ଏହା ଜଣାଇଥିଲେ।

- Advertisement -

ଏହି ମାମଲାରେ ନିର୍ଦ୍ଦେଶକ ଡ.କେ ସିଂ କହିଛନ୍ତି ଯେ, ପୀଡିତା ଡାକ୍ତର କୋଭିଡ ୱାର୍ଡରେ କାମ କରୁଛନ୍ତି ଏବଂ ସେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସେ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାରେ ସହଯୋଗ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories