www.samajalive.in
Saturday, December 13, 2025
26.1 C
Bhubaneswar

ମୁଜାଫରନଗରର ସୁପରହିରୋ

ମୁଜାଫରନଗର: ଦେଖନ୍ତୁ ଏହି ୨୬ ବର୍ଷ ବୟସ୍କ ଯୁବକଙ୍କୁ। ରାସ୍ତା କଡ଼ରେ ଫଳ ଦୋକାନ କରିଥିବା ମନୋଜ କୁମାର ସାଇନି ନାମକ ଏହି ଯୁବକ ଜଣକ ଏବେ ଦେଶୀ ସୁପରହିରୋ ଭାବେ ପରିଚିତ। ବର୍ଷେ ଭିତରେ ନିଜ ଜୀବନକୁ ୭ ଥର ବାଜି ଲଗେଇ ୭ ଜଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି। ସେହି ଅପୂର୍ବ ସାହସିକତା ପାଇଁ ତାଙ୍କୁ ପୁରସ୍କୃତ କରିବାକୁ ସ୍ଥାନୀୟ ପୁଲିସ ପ୍ରଶାସନ ଚିନ୍ତା କରୁଛନ୍ତି।
ମୁଜାଫରନଗର ଭୋପା ଅଞ୍ଚଳରେ ଥିବା ଗଙ୍ଗା କେନାଲ୍‍ ନିକଟରେ ମନୋଜ ଏକ ଫଳରସ ଦୋକାନ କରିଛନ୍ତି। ଗଙ୍ଗା କେନାଲ୍‍ ବ୍ରିଜ୍‍ ସୁସାଇଡ୍‍ ପଏଣ୍ଟ(ଆତ୍ମହତ୍ୟା ସ୍ଥଳ) ଭାବରେ ଜଣାଶୁଣା। ପ୍ରାୟ ବର୍ଷେ ତଳେ ଦିନେ ହଠାତ୍‍ ଜଣେ ଯୁବକ ବ୍ରିଜ୍‍ ଉପରୁ କେନାଲ୍‍ ଭିତରକୁ ଡେଇଁ ପଡ଼ିବା ଦେଖିଥିଲେ ମନୋଜ୍‍। ଏହି ଦୃଶ୍ୟ କିଛି ସମୟ ପାଇଁ ତାଙ୍କୁ ସ୍ତବ୍ଧ କରିଦେଇଥିଲା। କିଛି ସେକେଣ୍ଡ ପରେ ସେ ନିଜ ଜୀବନକୁ ବାଜି ଲଗେଇ କେନାଲ୍‍ ଭିତରକୁ ଡେଇଁ ପଡ଼ିଲେ। କୌଣସି ମତେ ଯୁବକଙ୍କ ଜୀବନ ରକ୍ଷା ହୋଇଗଲା। ତା’ ପରଠାରୁ ସେ ସେଠାରେ ବେପାର ସହିତ ଜଣେ ଅଘୋଷିତ ପ୍ରହରୀ ରୂପେ ରହି ଆସିଛନ୍ତି। ଇତିମଧ୍ୟରେ ସେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ୭ ଜଣଙ୍କ ଜୀବନ ରକ୍ଷା କରିପାରିଛନ୍ତି। ଏପରିକି ଜ୍ଞାନାନ୍ଦର ସିଂହ ନାମକ ଜଣେ ୭୦ ବର୍ଷ ବୟସ୍କ ପୂର୍ବତନ ସରପଞ୍ଚଙ୍କୁ ମଧ୍ୟ ସେଠାରେ ସେ ଆତ୍ମହତ୍ୟା କରିବାକୁ ବଞ୍ଚାଇଛନ୍ତି। ସେ କୌଣସି ସନ୍ତରଣ ତାଲିମ୍‍ ନେଇ ନାହାନ୍ତି। କିନ୍ତୁ ଅନ୍ୟର ଜୀବନ ବଞ୍ଚାଇବାର ମହାନ୍‍ ଲକ୍ଷ୍ୟ ତାଙ୍କୁ ପୋଖତ ସନ୍ତରଣକାରୀ କରିପାରିଛି। ଏପରିକି ମାଛଠାରୁ ମଧ୍ୟ ମନୋଜ ଅଧିକ ବେଗରେ ପହଁରି ପାରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories