www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ସହ ଲଢେଇ କରୁଥିବା ମହାରାଷ୍ଟ୍ର ସରକାରକୁ ସହଯୋଗ କରିବା ପରିବର୍ତ୍ତେ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି :ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ :  ଗୁରୁବାର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ମହାମାରୀ କରୋନା ସମୟରେ ପାରସ୍ପରିକ ମତଭେଦକୁ ଭୁଲି ସହଯୋଗ କରିବାକୁ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କଷ୍ଟକର ସମୟ ଏଣୁ ଏହି ସମୟର ସମସ୍ତେ ଦେଶର ସାଧାରଣ ଜନତାଙ୍କୁ ସାହାଯ୍ୟ ସହଯୋଗ କରିବା ଆବଶ୍ୟକ । ରାଜନୈତିକ ଭେଦଭାବକୁ ଭୁଲି ସମସ୍ତେ ଏକ ହୋଇ କାମ କରିବା ଆବଶ୍ୟକ ଅଟେ । କିନ୍ତୁ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଏହା କରୁନାହିଁ ବୋଲି ପିୟଙ୍କା ଭିଡିଓରେ ଅଭିଯୋଗ କରିଛନ୍ତି । ସେ ଭିଡିଓ ବର୍ତ୍ତାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଯେଉଁ ସମୟରେ ମହାରାଷ୍ଟ୍ର ସରକାର କରୋନା ଭଳି ଭୟଙ୍କର ମହାମାରୀ ସହ ଲଢେଇ କରୁଛନ୍ତି, ସେତେବେଳେ ବିଜେପି ଏହାକୁ ସମର୍ଥନ କରିବା ପରିବର୍ତ୍ତେ ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ସମଗ୍ର ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ହାର ମହାରାଷ୍ଟରେ ଅଧିକ ରହିଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ପାଖରୁ ସହଯୋଗ ଆଶା କରନ୍ତି କିନ୍ତୁ କେନ୍ଦ୍ର ଏହି ପରିସ୍ଥିତିରେ ସହଯୋଗ ନକରି କିପରି ସେଠାକାର ସରକାର ଭାଙ୍ଗିବ ସେ ବ୍ୟବସ୍ଥା କରୁଥିବା ପ୍ରିୟଙ୍କା କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଉତ୍ତର ପ୍ରଦେଶରେ ଯେତେବେଳେ ଶ୍ରମିକଙ୍କ ସହାୟତା କରିବା ପାଇଁ କଂଗ୍ରେସ ଏକ ହଜାର ବସ୍ ବ୍ୟବସ୍ଥା କରିଥିଲୁ କିନ୍ତୁ ଯୋଗୀ ସରକାର ଏହାକୁ ଗ୍ରହଣ କଲେନାହିଁ । କଂଗ୍ରେସ ଯୋଗୀ ସରକାରଙ୍କୁ ରାଜନୈତିକ ପାର୍ଥକ୍ୟ ଭୁଲି ଲୋକଙ୍କ ସହାର୍ଯ୍ୟ ପାଇଁ ବସ୍ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଶୁଣି ନଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।

- Advertisement -

ବର୍ତ୍ତମାନ ଦେଶରେ ସାଧାରଣ ଜନତାଙ୍କ ପାଇଁ ରୋଜଗାରର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ କଂଗ୍ରେସ ଦେଶର ଗରିବ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୪ଟି ଦାବି କେନ୍ଦ୍ର ସରକାରଙ୍କ ପାଖରେ ରଖିଛି । ସେ କହିଛନ୍ତି କେନ୍ଦ୍ର ସରକାର ପ୍ରତ୍ୟେକ ଅସହାୟ ଲୋକଙ୍କୁ ୧୦ ହଜାର ଟଙ୍କା ଦେବା ଉଚିତ୍। ଆଗାମୀ ଛଅ ମାସ ପାଇଁ ଶ୍ରମିକ ଓ ଗରିବଙ୍କ ଆକାଉଣ୍ଟରେ ପ୍ରତି ମାସରେ ସାଢେ ସାତ ହଜାର ଟଙ୍କା ଦିଆଯାଉ । ଅନ୍ୟ ରାଜ୍ୟରୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମନରେଗାରେ ୧୦୦ ଦିନ କାମକୁ ବୃଦ୍ଧି କରାଯାଇ ୨୦୦ ଦିନ କାମ ଦିଆଯାଉ ।ତାଲା ବନ୍ଦ ଯୋଗୁଁ ବ୍ୟବସାୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଏପରି ସ୍ଥିତିରେ ଅର୍ଥବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ ସରକାର ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଆର୍ଥିକ ପ୍ୟାକେଜ୍ ଘୋଷଣା କରନ୍ତୁ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories