www.samajalive.in
Thursday, December 11, 2025
13.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲରେ କରୋନା ମୁକାବିଲା ଏମିତି ; ହ୍ୟାଣ୍ଡୱାସ୍‌ ନାହିଁ, ହେଉନି ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର : ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ଗୁରୁତ୍ବ ଦିଆଯାଇ ଏଠାରେ କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା। ଏନେଇ ହସ୍ପିଟାଲରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଇସୋଲେସନ ୱାର୍ଡ ସହିତ ନମୁନା ସଂଗ୍ରହ କରାଯାଉଥିଲା। ଅନ୍ୟାନ୍ୟ ରୋଗୀଙ୍କୁ ଯେଭଳି ସଂକ୍ରମଣ ନବ୍ୟାପିବ ସେ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉଥିଲେ; କିନ୍ତୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ। ସରକାର କରୋନା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେଇଛନ୍ତି । ଅର୍ଥ ଖର୍ଚ୍ଚ ହେଉଛି; ମାତ୍ର ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପରିକି ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ହଟହଟା ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ କରୋନା ଓପିଡି କରାଯାଇଛି। ଯେଉଁଠି ସନ୍ଦିଗ୍ଧଙ୍କ ନମୁନା ସହିତ ସ୍ବାବ୍‌ ସଂଗ୍ରହ କରାଯାଉଛି। ଏଠାକୁ ଆସୁଥିବା ଅନ୍ୟ ରୋଗୀ ବା ସମ୍ପର୍କୀୟଙ୍କ ନିମନ୍ତେ ହସ୍ପିଟାଲର ୬ଟି ସ୍ଥାନରେ ହାତ ଧୋଇବା ନିମନ୍ତେ ୬ଟି ବେସିନ କେବଳ କରୋନା ପାଇଁ ହିଁ କରାଯାଇଛି; କିନ୍ତୁ ହ୍ୟାଣ୍ଡୱାସ୍‌ ନାହିଁ। ପ୍ରଶାସନିକ ବିଲ୍ଡିଂ ନିକଟରେ ଲାଗିଥିବା ବେସିନରେ ହ୍ୟାଣ୍ଡୱାସ୍‌ ଲିକ୍ବିଡ ନାହିଁ। ସେହିପରି ଅନ୍ୟାନ୍ୟ ବେସିନର ଅବସ୍ଥା ସମାନ ।  ଥର୍ମାଲ ସ୍କ୍ରିନିଂ ମେସିନ ଏବେ ବନ୍ଦ ରହିଛି। କେବଳ କରୋନା ଓପିଡିରେ ଯାହା ସ୍କ୍ରିନିଂ କରାଯାଉଛି। ପୋର୍ଟେବୁଲ ମାଇକ ଜରିଆରେ ସୁରକ୍ଷା କର୍ମୀ କରୋନା ନିମନ୍ତେ ସଚେତନ କରୁଥିଲେ। ଏନେଇ ୪ଟି ମେସିନ ଆସିଥିଲା, ତାହା ବି ଏବେ ବନ୍ଦ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories