www.samajalive.in
Wednesday, December 10, 2025
26.1 C
Bhubaneswar

ସାମାଜିକ ଦୂରତ୍ବକୁ ପୁଲିସର ଗୁରୁତ୍ବ ; କଡ଼ାକଡ଼ି ହେବ ଆଇନ, ନମାନିଲେ କାର୍ଯ୍ୟାନୁଷ୍ଠା

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ଲଢ଼େଇକୁ କଠୋର କରିବା ଲାଗି ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ପୁଲିସ ହାତରେ ଧରିଥିଲା ଲାଠି। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍‌ଡାଉନ୍‌କୁ ସଫଳ କରିଥିଲା। ତେବେ ଲକ୍‌ଡାଉନ୍‌ ପର୍ଯ୍ୟାୟକ୍ରମେ କୋହଳ ହୋଇ ଚାଲିଥିବାରୁ ଜନସଧାରଣ ଏକପ୍ରକାର ବେଲଗାମ୍‌ ହୋଇପଡ଼ିଛନ୍ତି। ସଂକ୍ରମଣକୁ ପ୍ରତିହତ କରିବା ଲାଗି ମୁହଁରେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଲୋକେ ଏହାକୁ ସର୍ବସାଧାରଣ ସ୍ଥାନରେ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି। ତେବେ ରାଜଧାନୀରେ ଏହାକୁ କଡ଼ାକଡ଼ି ପାଳନ ଲାଗି କମିସନରେଟ୍‌ ପୁଲିସ କଠୋର ଆଭିମୁଖ୍ୟ ଆପଣାଇବାକୁ ଯାଉଛି। ପୁଲିସ କମିସନର ଡା. ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏହି ମର୍ମରେ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତାକାଲିଠାରୁ ଏହାକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ମାଇକ୍‌ରେ ପ୍ରଚ‌ାରକୁ ଗୁରୁତ୍ବ ଦିଆଯିବ ବୋଲି କମିସନର କହିଛନ୍ତି। ପରିବା ହାଟ ଓ ମାର୍କେଟ ଅଞ୍ଚଳରେ ଏକାଠି ରୁଣ୍ଡ ହୋଇ ଲୋକେ କିଣାକିଣି କରୁଛନ୍ତି। ଏଥିପାଇଁ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଅମାନିଆଙ୍କ ଚରିତ୍ରରେ ପରିବର୍ତ୍ତନ ଆସୁନାହିଁ। ଅନେକ ସାମାଜିକ ଦୂରତା ମାନୁ ନ ଥିବା ବେଳେ କେତେକ ମାସ୍କ ପିନ୍ଧୁ ନାହାନ୍ତି। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପ୍ରତିଦିନ ହାରାହାରି ୨୩୦ରୁ ୨୫୦ ଜଣଙ୍କଠାରୁ ଜୋରିମାନା ଆଦାୟ କରୁଛି। ପ୍ରତିଦିନ ୧୦୦୦ରୁ ଅଧିକ ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ ପାଇଁ ଏକ ପ୍ରକାର ଟାର୍ଗେଟ ଦିଆଯିବ ବୋଲି କମିସନର କହିଛନ୍ତି। ଆବଶ୍ୟକସ୍ଥଳେ ଅଧିକ ଜୋରିମାନା ଆଦାୟ କରାଯିବ। ଅଧିକସଂଖ୍ୟକ ସ୍କ୍ବାଡ୍‌କୁ ଯାଞ୍ଚ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସେ ମତ ଦେଇଛନ୍ତି। ଏହି ସ୍କ୍ବାଡ୍‌କୁ ସ୍ବତନ୍ତ୍ର ଡ୍ରେସ୍‌ ଦିଆଯାଇଛି। ବୁଧବାର ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଜୋରିମାନା ଆଦାୟ କରାଯାଇଛି।

କମିସନରେଟ ପୁଲିସ ସହରାଞ୍ଚଳର ସମସ୍ତ ଥାନା ଅଧୀନରେ ଥିବା ହାଟ ଓ ମାର୍କେଟ୍‌ରେ କିଭଳି ସାମାଜିକ ଦୂରତ୍ବ ବଜାୟ ରହିବ ସେନେଇ ବୁଧବାର ରାଜଧାନୀର ବିଭିନ୍ନ ସ୍ଥାନରେ ମାଇକ ଯୋଗେ ପ୍ରଚାର କରାଯାଇଛି। ଖଣ୍ଡଗିରି ଥାନା ଅଧୀନ ଜାଗମରା, ରୁଚିକା ମାର୍କେଟ୍‌, କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର, ୟୁନିଟ୍‌-୧ ଓ ୨ ମାର୍କେଟ, ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ବିିଭିନ୍ନ ମାର୍କେଟ୍‌ ଭଳି ସହରାଞ୍ଚଳର ସମସ୍ତ ଥାନା ଅଞ୍ଚଳରେ ସଚେତନତା କରାଯାଇଛି। ଉଲ୍ଲଘଂନକାରୀଙ୍କୁ ଦଣ୍ଡିତ କରିବା ଲାଗି ପୁଲିସ ନୂଆ ଉପାୟ କରୁଥିବା ଜଣାପଡ଼ିଛି। ଜୋରିମାନା ଆଦାୟ ବଦଳରେ ଅନ୍ୟ ଉପାୟରେ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି କମିସନର କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories