www.samajalive.in
Thursday, December 11, 2025
15.1 C
Bhubaneswar

ଓଡ଼ିଶା କୃଷିକୁ ପଙ୍ଗପାଳ ଆକ୍ରମଣ ଭୟ

ଭୁବନେଶ୍ବର : ପାକିସ୍ତାନ ପଟରୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଦଳ ଦଳ ହୋଇ ମାଡ଼ିଆସୁଛନ୍ତି। ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚି ସାରିଲେଣି। ଓଡ଼ିଶା ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। କ୍ଷେତରେ ପଙ୍ଗପାଳ ଲାଗିଲେ ଚାଷର ବ୍ୟାପକ କ୍ଷତି କରିବା ସହ ଚାଷୀଙ୍କୁ ଆର୍ଥିକ କ୍ଷତିରେ ପହଞ୍ଚାଇଥାନ୍ତି। ତେଣୁ ବନ୍ୟା, ବାତ୍ୟା ଭଳି ଓଡ଼ିଶା କୃଷିକୁ ଏବେ ପଙ୍ଗପାଳଙ୍କ ଆକ୍ରମଣ ଭୟ ଦେଖାଦେଇଛି। ପ୍ରାକୃତିକ ବିପର୍ଯ୍ୟୟରୁ ଓଡ଼ିଶାର ଧନଜୀବନ ରକ୍ଷା ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ଯେପରି ମୁକାବିଲାମୂଳକ ଯୋଜନା କରି ପଦକ୍ଷେପ ନେଉଛନ୍ତି, ସେହିପରି ଓଡ଼ିଶାର କୃଷିକୁ ଏହି କୀଟଜନିତ ସମ୍ଭାବ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଳ ହୁଁ ସତର୍କ ରହିବାର ଆବଶ୍ୟକତା ରହିଛି। ପଙ୍ଗପାଳ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ପାଇଁ ଓୟୁଏଟି ମାର୍ଗଦର୍ଶିକା ଜାରି କରିଛି।
ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଫସଲ କିଆରିଲେ ପଙ୍ଗପାଳ ଲାଗିଲେ ପତ୍ର, ଫୁଲ, ଫୁଲ ସବୁ ନଷ୍ଟ କରି ଦିଅନ୍ତି ା କେବଳ ଥୁଣ୍ଟା ଗଛକୁ ଛାଡ଼ିଯାନ୍ତି। ଯାହାଫଳରେ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼େ। ତେଣୁ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି କୃଷକମାନେ ନିୟମିତ କୃଷି ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ। ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିଲେ ଓଡ଼ିଶାରେ କ୍ଷେତ୍ରରେ ଥିବା ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ପ୍ରତିଶତ ନିମ୍ବ ମଞ୍ଜି ଉଦ୍ଧୃତାଂଶ(ଏନଏସକେଇ)ର ଦ୍ରବଣକୁ ଏକର ପିଛା ୨୦୦ଲିଟର ହିସାବରେ ଉପରବେଳା ସିଞ୍ଚନ କରିବାକୁ କୁହାଯାଇଛି। ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମର ନିମ୍ବ ଆଧାରିତ କୀଟନାଶକକୁ ଏକର ପ୍ରତି ଏକ ଲିଟର ହିସାବରେ ୨୦୦ଲିଟର ପାଣି ସହିତ ମିଶାଇ ଉପରବେଳା ସିଞ୍ଚନ କରାଯାଇପାରେ।

ପଙ୍ଗପାଳ ଫସଲ କିଆରିରେ ପହଞ୍ଚିଯାଇଥିଲେ ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡ଼େଇ, କଣ୍ଟାଯୁକ୍ତ ଡାଳରେ ପିଟି ଘଉଡ଼ାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ ସେମାନେ ଜରି ଉପରେ ଗଳିପଡ଼ିବେ। ସେଗୁଡ଼ିକୁ ସଂଗ୍ରହ କରି କିରାସିନି ମିଶ୍ରିତ ପାଣିରେ ବୁଡ଼ାଇ ମାରିଦେବାକୁ ପରାମର୍ଶ ଦିଆଯାଇଛି।

- Advertisement -

ଏହାବ୍ୟତୀତ କୀଟଗୁଡ଼ିକ ଦ୍ବାରା ଆକ୍ରାନ୍ତ ଫସଲ ଉପରେ ଉପରୋକ୍ତ ନିମ୍ବ ଆଧାରିତ କିଟନାଶକ ସିଞ୍ଚନ କରିବାକୁ କୁହାଯାଇଛି। ନଚେତ ଏକର ପିଛା ପ୍ରତି ୪୦୦ ମିଲିଲିଟର ପ୍ରେଫେନୋଫସ ୫୦ ଇସିକୁ ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରିବାକୁ କୁହାଯାଇଛି। ଅଧିକ ସୂଚନା ପାଇଁ ଚାଷୀମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, କୃଷି ସମ୍ପ୍ରସାରଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories