www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ପ୍ରଭାବ: ଭାରତରେ ସ୍ବାଧୀନତା ପରବର୍ତୀ ସମୟର ସବୁଠାରୁ ଆର୍ଥିକ ମାନ୍ଦାବସ୍ଥା

ନୂଆଦିଲ୍ଲୀ : ସ୍ବାଧୀନତା ପରଠୁ ଚଳିତ ଆର୍ଥିକ ବର୍ଷ ଦେଶରେ ସବୁଠୁ ଅଧିକ ରାଜସ୍ବ ମାନ୍ଦାବସ୍ଥା ଦେଖାଦେବ। କରୋନା ଜନିତ ଲକଡାଉନ ଯୋଗୁ ଅର୍ଥନୀତି ୫ % ହ୍ରାସ ପାଇବ ବୋଲି ଆଶଙ୍କା କରାଯାଇଛି।

ସ୍ବାଧୀନତା ପରଠାରୁ ଦେଶରେ ୪ଥର ଏଭଳି ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଉଦାରୀକରଣ ପରେ ଏହା ପ୍ରଥମ ବୋଲି କୁହାଯାଉଛି।  ୨୦୨୦-୨୧ ବର୍ଷ ପାଇଁ ଭାରତର ଜିଡିପି ଆକଳନର ୨୫% ପ୍ରଥମ ତିନିମାସରେ ହ୍ରାସ ପାଇବ ବୋଲି କ୍ରିସଲ ପକ୍ଷରୁ ଏହି ଆକଳନ କରାଯାଇଛି। ଏହି ସମୟରେ ଶିକ୍ଷା, ପର୍ଯ୍ୟଟନ, ପରିବହନ ସମେତ ଅନ୍ୟାନ୍ୟ କ୍ଷେତ୍ର ପ୍ରଭାବିତ ହୋଇଥିବା ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଅଧିକ ରହିଛି। ମାତ୍ର ଚଳିତ ବର୍ଷ ଭଲ ମୌସୁମୀ ଆଶା କରାଯାଉଥିବାରୁ କୃଷି ଅର୍ଥନୀତି ଏହି ମାନ୍ଦାବସ୍ଥାକୁ ଟିକେ ହାଲୁକା କରିପାରେ ବୋଲି କୁହାଯାଇଛି। ଆଗାମୀ ଦିନମାନଙ୍କରେ ବହୁଲୋକ ବେକାରୀ ହେବାକୁ ଯାଉଥିବାରୁ ଏହି ମାନ୍ଦାବସ୍ଥା ଆହୁରି ଅଧିକ ହେବ।

- Advertisement -

କରୋନା ଲକଡାଉନ ଓ ଏହାର ପରବର୍ତ୍ତୀ ସମୟରେ ବିଭିନ୍ନ କଟକଣା ରହିବାକୁ ଥିବାରୁ ଆର୍ଥିକ କାରବାର ପ୍ରଭାବିତ ହେବ ବୋଲି ଜଣାପଡୁଛି। ମାର୍ଚ ମାସରେ ଶିଳ୍ପ ଭିତ୍ତିକ ଉତ୍ପାଦ ୧୬% ହ୍ରାସ ପାଇଥିବା ବେଳେ ଏପ୍ରିଲରେ ରପ୍ତାନୀ କାରବାର ୬୦.୩ ପ୍ରତିଶତ ହ୍ରାସ ପାଇଛି। ତା’ଛଡା ନୂଆ ଟେଲିକମ ଗ୍ରାହକଙ୍କ ସଂଖ୍ୟା ୩୫% ହ୍ରାସ ପାଇଥିବା ବେଳେ ରେଳରେ ମାଲ ପରିବହନ ଜନିତ କ୍ଷତି ମଧ୍ୟ ୩୫%  ବୋଲି ଅଶଙ୍କା କରାଯାଇଛି। ଦେଶରେ ଏବେ ଲକଡାଉନ ୪ ଚାଲିଥିବା ବେଳେ ୬୮ ଦିନ ଧରି ଲୋକେ ଘରେ ରହିଛନ୍ତି।

ଏସ ଆଣ୍ଡ ପି  ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଏସିଆ –ପାସିଫିକ ଦେଶରେ ଏକ ମାସ ଲକଡାଉନ ରହିଲେ ବାର୍ଷିକ ଜିଡିପିର ୩ % ହ୍ରାସ ପାଇଥାଏ। ଭାରତରେ ଲକଡାଉନ ଯୋଗୁ ଏହାର ପ୍ରଭାବ ଆହୁରି ଅଧିକ ରହିବ। ଏପ୍ରିଲ ମାସରେ ଜିଡିପି ହାର ୩.୫ ପ୍ରତିଶତରୁ ୧.୮ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ଏବେ ୫ ପ୍ରତିଶତ ହ୍ରାସ ହେବ ବୋଲି କ୍ରିସିଲ ପକ୍ଷରୁ କୁହାଯାଇଛି। ଅଣକୃଷିଭିତ୍ତିକ ଜିଡିପି ୬ ପ୍ରତିଶତ ହ୍ରାସ ହେବାକୁ ଆକଳନ କରାଯାଇଥିବା କୃଷିରେ ୨.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସରକାର ୨୦,୯ ଲକ୍ଷକୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଯାହା ସମୟିକ ସହାୟତା ଦେବ ଆଶଙ୍କା କରାଯାଇଛି। ଏହି ପ୍ୟାକେଜ ଜିଡିପିର ୧.୨ ପ୍ରତିଶତ ବୋଲି କ୍ରିସିଲ ଅନୁମାନ କରିଥିବା ରିପୋର୍ଟରେ କୁହାଯାଇଛି।

 

 

 

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories