www.samajalive.in
Thursday, December 11, 2025
15.1 C
Bhubaneswar

ସମନ୍ୱୟର ଅଭାବ ; ଝାଡଖଣ୍ଡରେ ଓହ୍ଲାଇଲେ ଓଡିଆ ପ୍ରବାସୀ ଶ୍ରମିକ

ରାଉରକେଲା :  ଓଡିଶାର ଶ୍ରମିକମାନଙ୍କୁ ଝରସୁଗୁଡା କିମ୍ବା ରାଉରକେଲାରେ ଓହ୍ଲାଇବା ପାଇଁ ଅନୁମତି ମିଳି ନ ଥିବାରୁ ସେମାନେ ସେହି ଟ୍ରେନରେ ବୋକାରୋ  ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହୋଇଛନ୍ତି । ଷ୍ଟେସନରେ ଅବ୍ୟବସ୍ଥା ଓ ସମନ୍ୱୟର ଅଭାବ ପାଇଁ ଓଡିଶା ଶ୍ରମିକମାନେ ଝାଡଖଣ୍ଡରେ ଓହ୍ଲାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର କୋହ୍ଲାପୁରରୁ ବୋକାରୋ ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରେ ଆସିଥିବା ଓଡ଼ିଆ ଶ୍ରମିକ ଓଡ଼ିଶାରେ ନ ଓହ୍ଲାଇ ପାରିବାରୁ କିଛି ଶ୍ରମିକ ବୋକାରୋ ଯିବାକୁ ବାଧ୍ୟ ହୋଇଛନ୍ତି। ତେବେ କିଛି ଝାଡଖଣ୍ଡର କନରମା ରେଲିୱେ ଷ୍ଟେସନରେ ଓଡିଶା ଲୋକେ ଚେନ ଟାଣି ଓହ୍ଲାଇ ଯାଇଛନ୍ତି। ଅନ୍ୟପଟେ ସୁନ୍ଦରଗଡ଼ ଜିଲାର ନୂଆଗାଁ ଷ୍ଟେସନ ଠାରେ ମଧ୍ୟ କେତେକ ଶ୍ରମିକ ଓହ୍ଲାଇଥିବା ଖବର ମିଳିଛି । ସେହିପରି ଆଉ କିଛି ଶ୍ରମିକମାନଙ୍କ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାର ଥିଲା । ମାତ୍ର ସେଠାରେ ଷ୍ଟେସନ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ନ ଥିବା ଦର୍ଶାଇ ରାଉରକେଲାରେ ସମସ୍ତ ବ୍ୟବସ୍ଥା ଥିବାରୁ ସେଠାରେ ଓହ୍ଲାଇବାକୁ କହିଥିଲେ । ରାଉରକେଲା ମହାନଗର ନିଗମ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ରାଉରକେଲା ଷ୍ଟେସନରେ ରାଉରକେଲା ମହାନଗର ନିଗମ, ଜିଲା ପ୍ରଶାସନ, ସ୍ଥାନୀୟ ପୁଲିସ, ରେଳବାଇ ପୋଲିସ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ କୌଣସି କାରଣରୁ ସେମାନଙ୍କୁ ଓହ୍ଲାଇବାକୁ ଦିଆଯାଇ ନଥିଲା । ପୂର୍ବରୁ ସୂଚନା ନଥିବାରୁ ସେମାନେ ଏଠାରେ ଓହ୍ଲାଇ ନପାରିବା କୁହାଯାଉଛି। ଏହି ଶ୍ରମିକ ବୌଦ୍ଧ ଜିଲାର ଏବେ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲା ଯିବାକୁ ଶ୍ରମିକମାନେ ବୋକାରୋ ଗଲେ। ସେମାନଙ୍କୁ ରାଉରକେଲାରେ ଖାଦ୍ୟ ପାନୀୟ ଦିଆଯାଇଛି । କିନ୍ତୁ ଭୁଲ ବୁଝାମଣା ଯୋଗୁ ଏବେ ପ୍ରବାସୀ ଓଡ଼ିଆ ଶ୍ରମିକ ନାହିଁ ନ ଥିବା ଦୁର୍ଦଶାର ସମୁଖୀନ ହୋଇଛନ୍ତି  କେଉଁ ପରିସ୍ଥିତିରେ ଓଡ଼ିଆ ଶ୍ରମିକମାନେ ଝରସୁଗୁଡା ତଥା ପରେ ରାଉରକେଲାରେ ଓହ୍ଲାଇ ପାରିଲେ ନାହିଁ ଏହାକୁ ନେଇ ରେଳବାଇ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ତେବେ ରେଳବାଇ ଏଆରଏମ ଫୋନ ଉଠାଇ ନଥିଲେ । ଭୁଲ ବୁଝାମଣାକୁ ନେଇ ଦୁର୍ଦଶା ଭୋଗୁଥିବା ଶ୍ରମିକ ରାଜ୍ୟକୁ ଫେରିବା ପାଇଁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories