www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ରିଟେନ୍ କରୋନା ଲଢ଼େଇର ଯୋଦ୍ଧା ଭାରତୀୟ ଝିଅ; ମିସ୍ ଇଂଲଣ୍ଡ ଡ଼ା. ଭାଷା ମୁଖାର୍ଜୀ

ଭୁବନେଶ୍ୱର: ପେଷା ଡାକ୍ତରି, ରୁଚି ମଡେଲିଂ ଓ ଫେସନ୍‌। ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ୱାର୍ଲ୍ଡ ୨୦୧୮ ପାଇଁ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ବ ଏହି ତରୁଣୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରି ଅଗଷ୍ଟ ୨୦୧୯ରେ ମିସ୍‌ ଇଂଲଣ୍ଡ୍ ଟାଇଟଲ୍‌ ବିଜୟୀ ହେବାରେ ସଫଳ ହୋଇଥିଲେ। ସାରା ବିଶ୍ବରେ ଡାଇବେଟିକ୍‌ ରୋଗ ଏବଂ କମ୍‌ ଚିନି ଖାଇବା ସଚେତନତା ଅଭିଯାନ ଚଳାଇ ଖ୍ୟାତି ଅର୍ଜନ କରିଥିବା ଏହି ତରୁଣୀଙ୍କ ନାମ ହେଉଛି ଡାକ୍ତର ଭାଷା ମୁଖାର୍ଜୀ। ଇଂଲଣ୍ଡର ୩୯୧ ଶଯ୍ୟା ବିଶିଷ୍ଟ ଜାତୀୟ ସ୍ବାସ୍ଥ୍ୟ ସେବା ପିଲ୍‌ଗ୍ରିମ୍‌ ହସ୍‌ପିଟାଲ୍‌ରେ ଜଣେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଏବେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ବରେ ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମିସ୍‌ ଇଂଲଣ୍ଡ ଭାଷା ମୁଖାର୍ଜୀ। ଦିନକୁ ୧୨ଘଣ୍ଟା ଚିକିତ୍ସା ସେବାରେ ନିଜକୁ ନିୟୋଜିତ କରି ଜଣେ କରୋନା ଯୋଦ୍ଧା ପାଲଟି ଯାଇଛନ୍ତି। ବହୁ ସମୟ ହସ୍‌ପିଟାଲ୍‌ରେ ରହିବା ପରେ ସାମାନ୍ୟ ବ୍ୟାୟାମ କରି ସାଧାରଣ ଜୀବନ ଅତିବାହିତ କରୁଛନ୍ତି ଏହି ମିସ୍‌ ଇଂଲଣ୍ଡ। ଫିଲ୍ମ, ମଡେଲିଂ ଓ ଫେସନ୍‌ରେ ରୁଚି ରହିଥିଲେ ମଧ୍ୟ କୋଭିଡ୍-୧୯ଚିକିତ୍ସା ସେବାରେ ନିଜକୁ ଉତ୍ସର୍ଗ କରି ଜଣେ ଅସାଧାରଣ ଡାକ୍ତର ହେବାର ପରିଚୟ ଦେଇଛନ୍ତି।


ଭାଷା ମୁଖାର୍ଜୀଙ୍କୁ ଯେତେବେଳେ ମାତ୍ର ୯ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାମାତା କଲକାତାରୁ ଇଂଲଣ୍ଡ ଚାଲିଯାଇଥିଲେ। ସେଠାକାର ୟୁନିଭର୍ସିଟି ଅଫ୍‌ ନଟିଂହାମ୍‌ରୁ ସେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଛନ୍ତି। ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ଟାଇଟଲ୍‌ ବିଜୟୀ ହେବା ପରେ ମାର୍ଚ୍ଚ ୨୦୨୦ରେ ସମାଜ ସେବା କାର୍ଯ୍ୟ ପାଇଁ ନିଜ ସହର କଲକାତାକୁ ଆସିଥିଲେ। ଏଠାରେ ସେ ଚିନି ବ୍ୟବହାର ଅପକାରିତା, ଡାଇବେଟିକ୍‌ ରୋଗ ପ୍ରତିକାର ଆଦି ସଚେତନତା ସୃଷ୍ଟି କରିଥିଲେ। ତେବେ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଆରମ୍ଭ ହେବାରୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ ଭାରତରେ ୮ଦିନ ଅଟକିବାକୁ ପଡ଼ିଥିଲା। ଏହାପରେ ବାଧ୍ୟ ହୋଇ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ଇଂଲଣ୍ଡ ଫେରି ଯାଇଥିଲେ। ଇଂଲଣ୍ଡରେ ୧୪ଦିନ ଆଇସୋଲେସନ୍‌ରେ ରହିବା ପରେ ତାଙ୍କର କାର୍ଯ୍ୟକ୍ଷେତ୍ର ପିଲ୍‌ଗ୍ରିମ୍‌ ହସ୍‌ପିଟାଲ୍‌ରେ ଯୋଗ ଦେଇଥିଲେ ଏବଂ କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିଥିଲେ।

- Advertisement -

ଭାଷା ମୁଖାର୍ଜୀ କହିଛନ୍ତି ଯେ କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ପ୍ରତ୍ୟେକ ଦେଶର ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି। ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ଡାକ୍ତରଙ୍କ ଅବଦାନ ଉଲ୍ଲେଖନୀୟ। ସେମାନଙ୍କ ନିରନ୍ତର ଉଦ୍ୟମ ଓ ବ୍ୟାପକ ସଚେତନତା ସୃଷ୍ଟି ଯୋଗୁ କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରୁଛି। କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ ପୂର୍ବକ ଡାକ୍ତରମାନେ ସମାଜର ରକ୍ଷା କବଚ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଇଂଲଣ୍ଡର ଏକ ଛୋଟ ଟାଉନ୍‌ ପିଲ୍‌ଗ୍ରିମ୍‌। ଏଠାକାର ୩୫,୨୦୦ ଜନସଂଖ୍ୟା ମଧ୍ୟରୁ ୯୭୭ଜଣଙ୍କଠାରେ କରୋନା ପଜିଟିଭ୍‌ ଲକ୍ଷଣ ଦେଖାଦେଇଛି। ସେମାନଙ୍କୁ ସୁସ୍ଥ କରିବା ପାଇଁ ଦିନରାତି ପରିଶ୍ରମ କରିବାକୁ ପଡୁଛି। ତେବେ ବିଶ୍ବ ମହାମାରୀ କରୋନାରେ ନିଜକୁ ଜଣେ ଯୋଦ୍ଧା ଭାବେ ସାମିଲ କରିଥିବାରୁ ଗର୍ବିତ ଅନୁଭବ କରୁଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories